ppurohit

ସଡ଼କ ଦୁର୍ଘଟଣାର ଲାଇଭ୍ ଦୃଶ୍ୟ ସିସିଟିଭିରେ କଏଦ

2nd

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜଟାବାଲ ଗ୍ରାମ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ତା‌ଙ୍କୁ ସେଠାରୁ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସିସିଟିଭିରେ କଏଦ ହୋଇଥିବା ଲାଇଭ୍ ଦୃଶ୍ୟ ଅନୁସାରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତା ଦେଇ ଏକ ଚାଉଳ ବୋଝେଇ ଟ୍ରକ ଯାଉଥିଲା । ଠିକ୍‌ ଏହି ସମୟରେ ପିପଲଗୁଡା ଗାଁର ଦୁଇ ଜଣ ଯୁବକ ସାମ ଭତରା ଓ ନବୀନ ଭତରା ଏକ ବାଇକରେ ଦ୍ରୁତ ଗତିରେ ଆସିଥୁଲେ । ବାଇକ୍‌ରୁ ନିଜ ନିୟନ୍ତ୍ରଣ ହରାଇ ସିଧା ଚାଉଳ ବୋଝେଇ ଟ୍ରକକୁ ପଛପଟୁ ପିଟି ଦେଇଥିଲେ । ଏହାପରେ ବାଇକ ଚଳାଉଥିବା ଯୁବକ ସାମ ଭାତରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯୁବକ ନବୀନ ଭତରା ଆହତ ହୋଇଛନ୍ତି ।

Leave A Reply

Your email address will not be published.