ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ-୨୦୨୫ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ-୨୦୨୫ ଆଜି ଆୟୋଜିତ ହୋଇଯାଇଛି । ରାଉରକେଲା ବନଖଣ୍ଡ ପକ୍ଷରୁ ଏକ ବନାଗ୍ନି ସଚେତନତା ରଥ ଏବଂ ଶୋଭାଯାତ୍ରା ସେକ୍ଟର-୧୩ ମେଳନ ପଡିଆରୁ ବାହାରି ରିଂଗ୍ ରୋଡ ଦେଇ ଭଞ୍ଜ ଭବନ ଠାରେ ପହଞ୍ଚିଥିଲା । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଚେତନତା ରଥ ଏବଂ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠିଙ୍କ ସମେତ ଅନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ବନାଗ୍ନି ନିବାରଣ ନେଇ ଏକ ପଥ ପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା । ଶୋଭାଯାତ୍ରା ଭଞ୍ଜ ଭବନ ଠାରେ ପହଞ୍ଚିବା ପରେ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ-୨୦୨୫ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ନିବେଦିତା ଦାଶ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି, ଉପ-ବନ ସାରଂକ୍ଷକ ବୈଦ୍ୟନାଥ ମାଝି, ରାଉରକେଲା ଇସ୍ପାତ କାରଖାନା ଅଗ୍ନିଶମ ବିଭାଗ ଅଧିକାରୀ ବି. ବି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରାଉରକେଲା ଏସିଏଫ୍ ସୌମ୍ୟରଞ୍ଜନ ଗୋଛାୟତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି ନିଜ ବକ୍ତବ୍ୟରେ ଜଙ୍ଗଲ ନିଆଁ ନବାରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ବନଖଣ୍ଡ ଅଧିନସ୍ଥ ବନରକ୍ଷୀ ଏବଂ ଅଗ୍ନି ନିର୍ବାପକ କର୍ମଚାରୀମାନଙ୍କୁ କିଟ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲା, ବୀରମିତ୍ରପୁର, ଲହୁଣୀପଡ଼ା, ବିଶ୍ରା ଓ ରାଜଗାଙ୍ଗପୁର ବନ ମଣ୍ଡଳ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.