କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁରରେ କାଳୀକୃଷ୍ଣ ସଂଘର ପୂର୍ବତନ ସଭାପତି ପ୍ରହଲ୍ଲାଦ ପଣ୍ଡା (ପୂର୍ଣ୍ଣାନନ୍ଦ)ଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । “ସେ ଥିଲେ ଜଣେ କର୍ମଠ, ନିରଳସ ସାଧକ, ଶ୍ରୀଗୁରୁଙ୍କ କଥାକୁ ସେ ମନ୍ତ୍ର ଭାବରେ ଗ୍ରହଣ କରି ଶାଖା ସଂଘ ଗସ୍ତ କରି ସଂଘୀୟ ନିୟମ ଅନୁପାଳନ ପାଇଁ କହୁଥିଲେ । ଶ୍ରୀଗୁରୁ ଓ ପରିବାର ପ୍ରତି ଯେତେ ଭକ୍ତି ଓ ସମ୍ମାନ ରହିଥିଲା, ଗୁରୁ ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଥିଲା ଅମାପ, ସଂଘର ସଭାପତି ଭାବରେ ପ୍ରତିଟି କର୍ମକୁ ଯଥାସାଧ୍ୟ ଚେଷ୍ଟା କରି ସଂଘର ପ୍ରଚାର ପ୍ରସାର ପାଇଁ ସୁନ୍ଦର ପ୍ରୟାସ କରିଛନ୍ତି, ତାଙ୍କ ବିୟୋଗ ସଂଘ ପାଇଁ ଅପୂରଣୀୟ ହୋଇ ରହିବ ବୋଲି” ସଂଘ ପରିଚାଳକ ଜଗଦାନନ୍ଦଜୀ ଶ୍ରଦ୍ଧାଞ୍ଜଳୀ ସଭାରେ ମତବ୍ୟକ୍ତ କରିଥିଲେ । ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଏକ ମିନିଟ ନିରବ ପ୍ରାର୍ଥନା ପରେ ଜଗଦାନନ୍ଦଜୀ ସହିତ ସଂଘୀୟ କାର୍ଯ୍ୟକର୍ତ୍ତା ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସଂଘର କାର୍ଯ୍ୟକର୍ତ୍ତାଙ୍କ ସହିତ ବିଭିନ୍ନ ଶାଖାର ଶତାଧିକ କର୍ମକର୍ତ୍ତା, ଶିଷ୍ୟଶିଷ୍ୟା, ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ସ୍ୱର୍ଗତ ପଣ୍ଡାଙ୍କ ପରିବାର ବର୍ଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post