ରୁଗୁଡିପଡା ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ମୃଣ୍ମୟୀ ମୂତ୍ତି ନିର୍ମାଣ ପାଇଁ ବୈଦିକ ରୀତିନୀତି ଅନୁସାରେ ମଙ୍ଗଳବାର ଭାଦ୍ରବ ଶୁକ୍ଳ ନବମୀ ତିଥିରେ ବିଳ୍ୱ ବୃକ୍ଷ ମୂଳରୁ ମୃତ୍ତିକା ସଂଗ୍ରହ କରାଯାଇଛି । ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ଏହି ପବିତ୍ର ମାଟିକୁ ପୂଜାର୍ଚ୍ଚନା କରାଯାଇ ମୃଣ୍ମୟୀ ପ୍ରତିମା ପ୍ରସ୍ତୁତି ଆରମ୍ଭ କରାଯାଇଛିି । ଚଳିତ ବର୍ଷ କର୍ତ୍ତା ଭାବରେ ପ୍ରଦ୍ୟୁମ୍ନ ପୁରୋହିତ ଓ ଧର୍ମପତ୍ନୀ ଶୈଳସୁତା ପୁରୋହିତ ଦାୟିତ୍ୱ ତୁଲାଇଛନ୍ତି । ଏହି ଉପଲକ୍ଷେ ଆଜି ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ବିଳ୍ୱ ବୃକ୍ଷଠାରେ ପୂଜାଚ୍ଚନା କରିଥିଲେ । ମୃତ୍ତିକା ସଂଗ୍ରହ ପରଠୁ ପ୍ରତିମା ନିର୍ମାଣ କାମ ଆରମ୍ଭ ହେବ । ପୂଜା କାର୍ଯ୍ୟରେ ପୁଜକ ଭାବେ ନିରଂଜନ ମହାପାତ୍ର ହିମାଂଶୁ ପାଢ଼ୀ, ସତ୍ୟନାରାୟଣ ପଣ୍ଡା, ସନ୍ତୋଷ ପଣ୍ଡା, ଲକ୍ଷ୍ମୀ ମହାରଣା,ଡମ୍ବରୁ ପଶାୟତ, ସ୍ୱସ୍ତିକ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଚେତନାନନ୍ଦ ପଣ୍ଡା, ସମ୍ପାଦକ ହରିନାରାୟଣ ପୁଜାରୀ, ଉପସଭାପତି ପ୍ରଦୀପ ପଟ୍ଟନାୟକ, ସହସମ୍ପାଦକ ଦେବବ୍ରତ ବଗର୍ତ୍ତୀ, କାର୍ଯ୍ୟକାରୀ ସଦସ୍ୟ ଭାଗିରଥୀ ମହାକୁର, ଅରୁଣ କୁମାର ନାଏକ, ଶିବାନନ୍ଦ ବାଗ, ଅବିଷେକ ଚନ୍ଦନ, ବିଭୁପ୍ରସାଦ ଦୋରା, ଆନନ୍ଦ ସାହୁ, ସୁବାଷ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.