
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବାବୁ କେନ୍ଦୁଗୁଡା ଗ୍ରାମର କୁରୁକ୍ଷେତ୍ର ବେମାଲ ନିଜ ବିଲରୁ ଚାଲି ଚାଲି ଘରକୁ ଫେରୁଥିବାବେଳେ ଜଣେ ବାଇକ ଚାଳକ ତାଙ୍କୁ ଧକ୍କା ଦେଇଥିଲେ । ଗୁରୁତର କୁରୁକ୍ଷେତ୍ରଙ୍କୁ ପ୍ରଥମେ କଲମପୁର ଚିକିତ୍ସାଳୟ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କୁରୁକ୍ଷେତ୍ରଙ୍କ ମୃତ୍ୟୁ ଘଟିଥିଲା । ମୃତଦେହ ଗାଁକୁ ଫେରିବା ପରେ ଆଜି ସକାଳୁ ପରିବାର ଲୋକେ ଏବଂ ସମ୍ପର୍କୀୟମାନେ କ୍ଷତିପୂରଣ ଦାବିରେ କଲମପୁର – ଜୁନାଗଡ଼ ମୁଖ୍ୟ ରାସ୍ତାର ଘର୍ଲା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଛି । ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି ।