ଧାର୍ମିକ ଅନୁଷ୍ଠାନ ପରେ ରାଜଧାନୀର ସମସ୍ତ ପାର୍କରେ କଟକଣା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗତକାଲି ଏକ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ ବାରଣ ଲଗାଯିବା ପରେ ଆଜି ରାଜଧାନୀରେ ଥିବା ସମସ୍ତ ପାର୍କରେ କଟକଣା ଲାଗିଛି । ସବୁ ପାର୍କରେ ବିଏମସି ପକ୍ଷରୁ ନୋଟିସ ଲଗାଯାଇଛି । ବିନା ମାସ୍କରେ ପାର୍କରେ ପ୍ରବେଶ ମନା । ପାର୍କରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଛଅ ଫୁଟ ଦୂରତା ବାଧ୍ୟତାମୂଳକ କରାଯାଇଛି । ପାର୍କ ଭିତରେ ଗୁଟଖା ଓ ପାନ ଖାଇ ଅଥବା ଏଣେତେଣେ ଛେପ ପକାଇବା ମନା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ।

Leave A Reply

Your email address will not be published.