ବିଶିଷ୍ଟ ଲେଖକ ପବିତ୍ର ମୋହନ ଦାଶଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ଲେଖକ ପବିତ୍ର ମୋହନ ଦାଶ ଚଳିତ ବର୍ଷର ରାଜ୍ୟସ୍ତରୀୟ ‘ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି । ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ବଲାଙ୍ଗିର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ‘ରଚନା’ ପକ୍ଷରୁ ପ୍ରତି ବର୍ଷ ତାଙ୍କ ଜନ୍ମଦିନ ଅକ୍ଟୋବର ୪ ତାରିଖରେ ଆୟୋଜିତ ସ୍ମାରକୀ ବକ୍ତୃତା ଓ ପୁରସ୍କାର ସମାରୋହରେ ସାହିତ୍ୟିକ ଉତ୍କର୍ଷତା ପାଇଁ ଜଣେ ଲେଖକଙ୍କୁ ପୁରସ୍କାର ସ୍ୱରୂପ ଉତ୍ତରୀୟ, ସମ୍ମାନ ଫଳକ ସହିତ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ଶ୍ରୀଯୁକ୍ତ ଦାଶଙ୍କ ଏଯାଏଁ ପ୍ରକାଶିତ ୭ଟି କବିତା ସଂକଳନ, ୨ଟି ଉପନ୍ୟାସ, ୨ଟି ପ୍ରବନ୍ଧ ସଙ୍କଳନ ଓ ୩ଟି ଅନୂଦିତ ପୁସ୍ତକ ବିପୁଳ ପାଠକୀୟ ଆଦୃତି ଲାଭ କରିଛି । ଏଥର ଅତିଥି ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ପ୍ରକାଶ ମହାପାତ୍ର ‘ସୃଜନ ପ୍ରେମ ଓ ଆଧ୍ୟାତ୍ମିକତା’ ବିଷୟରେ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ବୋଲି ‘ରଚନା’ର ସଭାପତି ସନାତନ ଠାକୁର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.