centurian jitm

ନୃସିଂହ ଚତୁର୍ଦ୍ଦଶୀରେ ଲକ୍ଷେ ବେଲପତ୍ର ସମର୍ପଣ ସହ ପୂଜାର୍ଚ୍ଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ନୃସିଂହ ମହାପ୍ରଭୁଙ୍କ ପୂଜନୋତ୍ସବ ମହାସମାରୋହରେ ହୋଇଯାଇଛି । ଏହି ଅବସରରେ ରାଧେରାଧେ ମହିଳା ଜାଗରଣ ଦଳର ଶ୍ରଦ୍ଧାଳୁମାନେ ଏକ ଲକ୍ଷ ଆଠ ହଜାର ବେଲପତ୍ର ଉକ୍ତ ପରିସରରେ ଥିବା ଓଁକାରେଶ୍ୱର ମହାଦେବ ମନ୍ଦିରରେ ସମର୍ପଣ କରିଥିଲେ । ପୂଜକ ଭାବରେ ପଣ୍ଡିତ ମହାବୀର ବେଦବାକ କାର୍ଯ୍ୟ ତୁଳାଇଥିବା ବେଳେ ଡା. ପ୍ରମୋଦ କୁମାର ମିଶ୍ର କର୍ତ୍ତା ଥିଲେ । ପୂଜାର୍ଚ୍ଚନା ପରେ ସମସ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ହୋଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ସହ ସୁଲୋଚନା ମିଶ୍ର, ବୃନ୍ଦାବତୀ ପୁଟେଲ, ସ୍ୱର୍ଣ୍ଣପ୍ରଭା ନାଏକ, ଭାରତୀ ମିଶ୍ର, ଧାଇଁ ଭୋଇ, ସୁରଭା ସାଏ ତଥା ଗୁରୁବାରୀ ଚନ୍ଦନ ପ୍ରମୁଖ ଶତାଧିକ ମହିଳା ପୂଜାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.