oum

ପଦ୍ମପୁର ପ୍ରତିଭା ସମ୍ମାନ ସମାରୋହ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡର ସମସ୍ତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ଜେନିଥ୍ ଇନଷ୍ଟିଚ୍ୟୁଟ, ଝାଙ୍କରପାଲିଠାରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଏକ ସଭା ହୋଇଥିଲା । ସଭାପତି ମନୋଜ ପଣ୍ଡା, ମୁଖ୍ୟ ଅତିଥି ଡ. ବାଞ୍ଛାନିଧି ପଣ୍ଡା, ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ ବନଛୋର, ଡିଗ୍ରୀଲାଲ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନଙ୍କ ପରିଚୟ ପ୍ରଦାନ ଶିକ୍ଷକ କିଶୋର ପାତ୍ର କରିଥିଲେ । ଏହି ଅବସରରେ ୧୨ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ପଦ୍ମପୁର ପ୍ରତିଭା ସମ୍ମାନ ସମିତିର ସଂଯୋଜକ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ପରିଚାଳନା କରିଥିଲେ । ଏହି ସମାରୋହରେ ଅକ୍ଷୟ ନାୟକ, ସୁରେଶ ରାମଚନ୍ଦାନୀ, ମାନସ ମହାନ୍ତି, ଅରବିନ୍ଦ ପାଣିଗ୍ରାହୀ, ନରେନ୍ଦ୍ର ପ୍ରଧାନ, ଡମ୍ବରୁଧର ସାହୁ ଫ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ କୁଞ୍ଜବିହାରୀ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.