୨୦୦୬ରୁ ହାଉସିଂ ବୋର୍ଡର ଆବେଦନ ଜମି ୩୪ଜଣଙ୍କୁ ପ୍ରଦାନ କଲେ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୮୭ ମସିହାରେ ପ୍ରସ୍ତାବିତ ପ୍ରସ୍ତାବ ଅନୁଯାୟୀ ଗତ ୨୦୦୬ ମସିହାରୁ ବଲାଙ୍ଗିର ଜିଲ୍ଲାରେ ହାଉସିଂ ବୋର୍ଡରୁ ଜମି ପାଇବା ପାଇଁ ୩୭୦ ଜଣ ହିତାଧିକାରୀ ପଞ୍ଜିକରଣ କରିଥିଲେ । ହେଲେ ୧୬ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାର ଜମି ବଣ୍ଟନ କରାଯାଇନଥିଲା । ଏନେଇ ସେମାନେ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କୁ ଜଣାଇବା ପରେ ସେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଗତକାଲି ବଲାଙ୍ଗିରର ପ୍ରାୟ ୩୬ ଜଣଙ୍କ ରେଜିଷ୍ଟ୍ରେସନ କରି ଭୂମି ପ୍ରମାଣପତ୍ର ବଣ୍ଟନ କରିଛନ୍ତି ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ।

ସୂଚନା ଅନୁସାରେ ସ୍ଥାନୀୟ ଲୋୟର ସୁକତେଲ ଅଫିସ ନିକଟରେ ହାଉସିଂ ବୋର୍ଡର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ହାଉସିଂ ବୋର୍ଡରୁ ଜମି ନେଇଥିବା ହିତାଧିକାରୀମାନଙ୍କୁ ସେହି ସ୍ଥାନରେ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲାରେ ହାଉସିଂ ବୋର୍ଡ ଦ୍ୱାରା ଅନେକ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏହି ପ୍ରମାଣପତ୍ର ପାଇବା ପରେ ସେମାନଙ୍କର ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ ବୋଲି ହିତାଧିକାରୀମାନେ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.