om academy

ଅଜଣା ମହିଳାଙ୍କ ଗଳିତ ମୃତଦେହ ଲାନ୍ଥ ନଦୀରୁ ଠାବ କଲା ପୋଲିସ

jsm

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କେନକେବା ନିକଟସ୍ଥ ଲାନ୍ଥ ନଦୀରେ ଏକ ମୃତଦେହ ପଡିଥିବାର ଖବରପାଇ ବେଲପଡା ପୋଲିସ ପହଞ୍ଚି ଶବଟିକୁ ଜବତ କରି ତଦନ୍ତ ଚଳାଇଛି । ସୂଚନା ଅନୁସାରେ ବେଲପଡା ଥାନା ମଧ୍ୟପୁର ପଞ୍ଚାୟତ ଅନ୍ତର୍ଗତ କେନକେବା ଲାନ୍ଥ ନଦୀରେ ଶବଟିଏ ପଡିଥିବାର ସ୍ଥାନୀୟ ବାସିନ୍ଦା ଦେଖି ଥିଲେ । ଏହି ଖବର ପ୍ରଘଟ ହେବା ପରେ ବେଲପଡା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଓ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରୁ ଶବଟି ଜଣେ ମହିଳାଙ୍କର ବୋଲି ଜଣାପଡିଛି । ତେବେ ସଂପୃକ୍ତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବୈଜ୍ଞାନିକ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଲପଡା ଥାନାଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.