centurian jitm

ଦଶମ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ପାସ ହାର ୯୫. ୨୨

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ କଳାହାଣ୍ଡି ଜିଲ୍ଲାରେ ପାସ ହାର ୯୫. ୨୨ ପ୍ରତିଶତ ରହିଛି । କଳାହାଣ୍ଡି ଜିଲ୍ଲାର ମୋଟ ୩୪୩ଟି ଉଚ୍ଚ ବିଦ୍ୟାଳୟର ୧୯, ୪୬୬ ଜଣ ପରୀକ୍ଷାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ସେମାନଙ୍କ ମଧ୍ୟରୁ ୧୯, ୧୪୮ ଜଣ ପରୀକ୍ଷାର୍ଥୀ ଦଶମ ପରୀକ୍ଷା ଦେଇଥିଲେ ୧୮, ୨୩୨ ଜଣ କୃତକାର୍ଯ୍ୟ ହୋଉଛନ୍ତି । ସେମାନଙ୍କ ମଧ୍ୟରେ ୮,୯୫୪ଜଣ ଛାତ୍ର ଏବଂ ୯, ୨୭୮ ଜଣ ଛାତ୍ରୀ ପାସ ହୋଇଛନ୍ତି । ୧୯ ଜଣ ଏ ୧ ଗ୍ରେଡ଼ରେ ପାସ କରିଥିବାବେଳେ ୩୧୫ ଜଣ ଏ ୨, ୧, ୪୯୫ ଜଣ ବି ୧, ୩, ୬୨୭ ଜଣ ବି ୨, ୫, ୨୪୩ ଜଣ ସି, ୫, ୧୦୯ ଜଣ ଡି, ୨, ୪୨୪ ଜଣ ଇ ଏବଂ ୮୭୮ ଜଣ ପରୀକ୍ଷାର୍ଥୀ ଏଫ ଗ୍ରେଡ଼ରେରେ ପାସ ହୋଇଛନ୍ତି । ମୂଖିଗୁଡା ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଛାତ୍ରୀ ଶ୍ରୀୟାଂଶ୍ରୀ ସାହୁ ୫୮୨ ନମ୍ବର ରଖି କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଛନ୍ତି । ଶ୍ରୀୟାଂଶ୍ରୀ ଜିଲ୍ଲାରେ ପ୍ରଥମ ସ୍ଥାନ ରଖିଥିବାରୁ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଛି ।

Leave A Reply

Your email address will not be published.