ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

କୋଲକାତା : ବାମପନ୍ଥୀ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ(୮୦)ଙ୍କର ଆଜି ଦକ୍ଷିଣ କୋଲକାତା ବାସଭବନରେ ଦେହାନ୍ତ ହୋଇଛି । ସେ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଶ୍ୱାସକ୍ରିୟା ଜନୀତ ରୋଗରେ ପୀଡ଼ିତ ଥିଲେ । ଯାହା ଦ୍ୱାରା ତାଙ୍କୁ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିଲା । ଜୁଲାଇ ୨୯ ତାରିଖରେ ଭଟ୍ଟାଚାର୍ଯ୍ୟଙ୍କୁ ଆଲିପୋରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବଙ୍ଗଳାରେ ୩୪ ବର୍ଷ ବାମପନ୍ଥୀ ଶାସନ କାଳରେ ଭଟ୍ଟାଚାର୍ଯ୍ୟ ଦ୍ୱିତୀୟ ଏବଂ ଶେଷ ସିପିଏମ୍‌ ମୁଖ୍ୟମନ୍ତ୍ରୀ ଯିଏକି ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ କ୍ରମାଗତ ୧୧ ବର୍ଷ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.