ଧର୍ମ ପରାୟଣା ବାସନ୍ତୀ ଚନ୍ଦଙ୍କ ପରଲୋକ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଆରୁହାବୃତ୍ତି ନଂ -୧ ପଞ୍ଚାୟତ ସେହି ଗ୍ରାମର ଧର୍ମ ପରାୟଣା ମହିଳା ତଥା ଅଞ୍ଚଳବାସୀଙ୍କ ଆଦରଣୀୟା ବାସନ୍ତୀ ଚନ୍ଦଙ୍କ (୬୦) ପରଲୋକ ହୋଇଯାଇଛି । ଦିବଙ୍ଗତା ଚନ୍ଦ ଦୀର୍ଘ ଦିନ ଧରି ଯକୃତ ରୋଗରେ ପୀଡିତ ଥାଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତର ଖାନରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ନିଜ ବାସ ଭବନରେ ମୃତ୍ୟୁ ବରଣ କରିଥିଲେ । ସେ ଜଣେ ଅତ୍ୟନ୍ତ ଅମାୟିକ ତଥା ସମସ୍ତଙ୍କର ଆଦରଣୀୟା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳିଯିବା ସହ ଶେଷ ଦର୍ଶନ ପାଇଁ ସାମ୍ବାଦିକ ଶିବନାରାୟଣ ପାତ୍ର, ସରପଞ୍ଚ ଗୀତାରାଣୀ ଜେନା, ସମିତି ସଭ୍ୟା ଅଞ୍ଜଳି ଜେନା, ୱାର୍ଡ ସଭ୍ୟ ଅରୁଣ ଜେନା, ଶମ୍ଭୁନାଥ ବାରିକ, ସମାଜସେବୀ ବାଦଲ ଚନ୍ଦ, ଦେବେନ୍ଦ୍ର ଖିଲାର, ସୁବ୍ରତ ସାହୁ, ବ୍ରଜକିଶୋର ପାଳ, ବିଶ୍ୱଜିତ ପରିଡ଼ା, ପ୍ରଦୀପ ଚନ୍ଦ, ପରେଶ ବେହେରା, ଯୁବ କବି ଚନ୍ଦନ ଦାସ ପ୍ରମୁଖ ତାଙ୍କ ବାସ ଭବନରେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିସହ ମୃତ୍ୟୁ ଖବର ପାଇ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, କଂଗ୍ରେସ ନେତା ସତ୍ୟଶିବ ଦାସ, ଆଇନଜୀବୀ ରାଜକିଶୋର ଜେନା, ସମାଜସେବୀ ଯୋଗେନ୍ଦ୍ର ନାଥ ପାଳ, ଅଶ୍ୱିନୀ ଦତ୍ତ ପ୍ରମୁଖ ଗଭୀର ଶୋକ ପ୍ରକାଶ ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ୱାମୀ ମନ୍ମଥ ଚନ୍ଦ, କନ୍ୟା ଅନିତା, ସୁମିତ୍ରା, ଜ୍ୱାଇଁ, ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧାବ ମର ଶରୀର ନିକଟରେ ଉପସ୍ଥିତ ଥିଲେ । ଗ୍ରାମ ମଶାଣୀରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିବାବେଳେ ଏକମାତ୍ର ପୁତ୍ର ଆଲୋକ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.