oum

ମରାଡୁଗୁଛା ଗାଁରେ ପାନୀୟ ଜଳର ଘୋର ଅଭାବ

jsm

ତରଭା,(ଜିତେନ୍ଦ୍ର ସା) : ଦୁନିଆ କେତେ ଯେ ଆଗକୁ ଗଲାଣି ତା’ର ବର୍ଣ୍ଣନା କରିହେବ ନାହିଁ । କିନ୍ତୁ ଆଜିବି କେତେକ ଅଞ୍ଚଳ ଏମିତି ଅଛି ଯେପରି କି ସେମାନେ ଆଗପରି ଜଙ୍ଗଲରେ ବସବାସ କରୁଛନ୍ତି ଭାବିବା ମିଥ୍ୟା ହେବ ନାହିଁ । ଏମିତି ଏକ ଘଟଣା ଶୁଣିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ ମରାଡୁଗୁଛା ଗ୍ରାମପଞ୍ଚାୟତ ଠାରେ ପାନୀୟ ଜଳର ଅସୁବିଧା ଦେଖା ଯିବାର ଅଭିଯୋଗ ଆସୁଛି ଅଞ୍ଚଳ ବାସୀଙ୍କ ଠାରୁ । ଏଠାରେ ଦୀର୍ଘଦିନ ଧରି ପାନୀୟ ଜଳର ଅସୁବିଧା ହେଉଛି । ଏହି ଗ୍ରାମରେ ପ୍ରାୟ ୧୨୦୦ ଭୋଟର ଓ ୧୭୦୦ ଜନବସତି ରହୁ ଥିବାର ସୂଚନା ମିଳୁଛି । ଏଠାରେ ୨୦୧୦ ମସିହାରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିକଟସ୍ଥ ତେଳ ନଦୀ ତଟରେ କରାଯାଇଥିଲା । ଆଜିକୁ ଦଶବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ରାମବାସୀ ସ୍ଵଚ୍ଛ ପାଣି ଟିକେ ପାଇ ନ ପାରୁଥିବା ଅଭିଯୋଗ ଆସୁଛି ଏ ନେଇ ଗାଁ ଲୋକେ ବିଭାଗୀୟ ଅଫିସକୁ ମଧ୍ୟ ବାରମ୍ବାର ଯାଇ ହତାଶ ହୋଇ ପଡିଲେଣି । ସେମାନଙ୍କ କହିବା ହିସାବରେ ବିଡ଼ିଓ ସାହେବ ମଧ୍ୟ କଣ ହେଇଛି ଅସୁବିଧା କଣ ନ ହେଇଛି ତା’ର ତର୍ଜମା କରିବା ପାଇଁ ଗାଁକୁ ଆସିନାହାନ୍ତି ଏ ପର୍ଯ୍ୟନ୍ତ ।

Leave A Reply

Your email address will not be published.