centurian jitm

ତିନି ବର୍ଷ ହେବ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ହୋଇନି : ପାଣି ପାଇଁ ହନ୍ତସନ୍ତ ଟଙ୍କପାଣି ଗ୍ରାମବାସୀ

nschool

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତର ସଦର ଟଙ୍କପାଣି ଗ୍ରାମର ଏକମାତ୍ର ବ୍ୟବହାର ଯୋଗ୍ୟ ଜାମମୁଡ଼ା ପୋଖରୀରେ ପାଣି ଶୁଷ୍କ ହୋଇ ପଡିରହିଥିବା ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବିଗତ ତିନି ବର୍ଷ ହେବ ଜାମମୁଡ଼ା ପୋଖରୀରେ ପଙ୍କ ଉଦ୍ଧାର କାମ ହୋଇନଥିବା ବେଳେ ପୋଖରୀ ମଧ୍ୟରେ ଥିବା ବଡ ବଡ ପଥର ଖଣ୍ଡମାନ ପଡ଼ିରହିଛି । ଦୀର୍ଘ ଦିନ ଧରି ପଙ୍କ ଉଦ୍ଧାର କରାଯାଇନଥିବାରୁ ପୋଖରୀର ପାଣି ଚଳିତ ବର୍ଷ ମାର୍ଚ୍ଚ ମାସରେ ଶୁଖି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ଯେ ପୁଷ୍କରିଣୀରେ କିଛି ଖାଲ ସ୍ଥାନରେ ଅଳ୍ପ ଅଳ୍ପ ପାଣି ଥିବାରୁ କେବଳ ସେହି ସ୍ଥାନର ପାଣି ଉପରେ ଗାଈଗୋରୁ, ବନ୍ୟଜନ୍ତୁ ତଥା ଟଙ୍କପାଣି ଗ୍ରାମର ଅଧିବାସୀମାନେ ନିର୍ଭର କରି ଚଳୁଛନ୍ତି । ଏନେଇ ଗ୍ରାମବାସୀମାନେ ସରପଞ୍ଚଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଆହୁରି ମଧ୍ୟ ଯେ ଏହି ପୁଷ୍କରିଣୀରେ ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରୁ ନାମକୁ ମାତ୍ର ୯ ଲକ୍ଷ ୯୫ ହଜାର ଟଙ୍କା ଖର୍ଚ୍ଚ କରି ପଙ୍କ ଉଦ୍ଧାର କାର୍ୟ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ଯାହାକୁ ତାହା ହୋଇ ରହିଛି । ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରି ହେବାକୁ ଥିବାବେଳେ ୧୫ ଦିନ ମଧ୍ୟରେ ବାକି ଥିବା ପାଣି ଶୁଷ୍କ ହୋଇଯିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ପୋଖରୀର ପଙ୍କ ଶୀଘ୍ର ଉଦ୍ଧାର କରାନଯାଏ ତେବେ ଗ୍ରାମବାସୀ ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.