shyamal

ପଞ୍ଚଭୂତରେ ଲୀନ ହେଲେ ନିମାଇଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚଭୂତରେ ଲୀନ ହେଲା ନିମାଇଁଙ୍କ ପାର୍ଥିବ ଶରୀର । ହଜାର ହଜାର ଶ୍ରଦ୍ଧାଳୁ, ବନ୍ଧୁବର୍ଗଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଗଲେ କୋଶଲୀ ସାହିତ୍ୟ, ସଂସ୍କୃତି ଗବେଷକ ତଥା ସଂଗ୍ରାହକ ନିମାଇଁ ଚରଣ ପାଣିଗ୍ରାହୀ । ଖାଲି ପଡ଼ିଛି କୁର୍‌ମା, ତାଙ୍କ ବାସଗୃହ, ସଂଗ୍ରହାଳୟ, ଲାଇବ୍ରେରୀ । ଆଜି ପୂର୍ବାହ୍ନରେ ବଲାଙ୍ଗିର ଟିଟିଲାଗଡ଼ ରାସ୍ତାରେ ଥିବା ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମାପନ ହୋଇଛି । ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଥିବା ସତ୍ୱେ ତାଙ୍କୁ ଭଲ ପାଉଥିବା ଶ୍ରଦ୍ଧାଳୁମାନେ ତାଙ୍କ ବାସଗୃହରେ ପହଂଚି ଶ୍ମଶାନ ପର୍ଯ୍ୟନ୍ତ ତାଙ୍କୁ ପହଂଚାଇ ଶେଷ ବିଦାୟ ଦେଇଛନ୍ତି । ଛୋଟରୁ ବଡ଼ ସମସ୍ତଙ୍କ ସହ ଆତ୍ମୀୟତାର ସହ ମିଶି ପାରୁଥିବା ନିମାଇଁ ଏବେ ପଂଚଭୂତରେ ମିଳାଇ ଗଲେ । ନିମାଇଁଙ୍କ ସାହିତ୍ୟ, ସଂସ୍କୃତି ସାଧନା ସାରା କୋଶଳାଂଚଳ ପାଇଁ ଏକ ବଡ଼ ଅବଦାନ ନିଶ୍ଚୟ । ତାଙ୍କ ଲାଇବ୍ରେରୀରେ ରହିଛି ହଜାର ହଜାର ପୁସ୍ତକ । ସଂଗ୍ରହ କରିଥିଲେ କୋଶଲ ଅଂଚଳର ଅସଂଖ୍ୟ ସାମଗ୍ରୀ, ବସ୍ତ୍ର, ଆଭୂଷଣ, କୃଷି କର୍ମଣ ପୁରାତନ ସାମଗ୍ରୀ ସହ ବହୁ ନିତ୍ୟବ୍ୟବହାର୍ଯ୍ର ସାମଗ୍ରୀ । ତାଙ୍କ ମନ ଯେମିତି ଖୁବ୍‌ ଚଳଚଂଚଳ, ବିନ୍‌ଦାସ୍‌, କାମ ବି ସେମିତି ଉଜ୍ୱଳ ଓ ବହୁ ପ୍ରସାରିତ । ବିସ୍ମୟ ପୁରୁଷ ଅନନ୍ୟ ନିମାଇଁଙ୍କ ଅବର୍ତ୍ତମାନ କୋଶଳ ଅଂଚଳ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ୍‌ ନିଶ୍ଚୟ ।

purusottam
Leave A Reply

Your email address will not be published.