ସାଇଟ୍‌ କଲେଜ୍‌ରେ ୭୮ ତମ ସ୍ୱାଧିନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସାଇଟ୍‌ କଲେଜ, ପଲ୍ଲିଶ୍ରୀ ଷ୍ଟଡିୟମ୍‌ ଠାରେ ୭୮ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସୁଶ୍ରୀ ଶିକ୍ଷାନୁଷ୍ଠାନ ସମୂହ ସାଇଟ୍‌ ଡିପ୍ଲୋମା ଇଂଜିନିୟରିଂ, ସାଇଟ-ବି. ଏସ୍‌. ସି, ଜି. ଏନ୍‌. ଏମ୍‌, ଏ. ଏନ୍‌. ଏମ୍‌ ନର୍ସିଂ, ସୁଶ୍ରୀ ଆଇ. ଟି. ଆଇ, ସୁଶ୍ରୀ ଡି. ଏମ୍‌. ଏଲ୍‌. ଟି, ପଲ୍ଲିଶ୍ରୀ ହାଇସ୍‌କୁଲ, ସୁଲୋଚନା ଦେବୀ ଶୀଶୁ ମନ୍ଦିରର ଛାତ୍ରଛାତ୍ରୀ ବୃନ୍ଦ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ସାଇଟ୍‌ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ରୁପେ ଯୋଗଦେଇ ପତାକ ଉତ୍ତୋଳନ କରିଥିଲେ ଏବଂ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ । ଡ. ମିଶ୍ର ଭାଷଣ ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପଲ୍ଲିଶ୍ରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସାଇଟ୍‌ ଡିପ୍ଲୋମା ଅଧ୍ୟକ୍ଷା ନମିତା ପଟେଲ, ସାଇଟ୍‌ ନର୍ସିଂ ପ୍ରିନ୍‌ଚିପାଲ ଲୋପାମୁଦ୍ରା ମିଶ୍ର, ସୁଶ୍ରୀ ଆର୍‌. ଟି. ସି. ପ୍ରିନ୍‌ଚିପାଲ ଇଂ. ସନ୍ତୋଷ କୁମାର ବ୍ରହ୍ମା, ରାମଜୀ ଯୁବକ ସଂଘ ସଭାପତି ଡା. ପ୍ରମୋଦ କୁମାର ମିଶ୍ର, ସୁଲୋଚନା ଦେବୀ ଶିଶୁ ମନ୍ଦିର ପ୍ରଧାନ ଗୁରୁଜୀ ପ୍ରଫୁଲ୍ଲ କୁମାର ମିଶ୍ର, ଗରୁଡଧ୍ୱଜ ସାଏ ପ୍ରମୁଖ ମଚାସୀନ ଥିଲେ । ସ୍ୱାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀତ୍ୱ ଛାତ୍ରୀଛାତଙ୍କୁ ଟ୍ରଫି ସହ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା । ପରିଶେଷରେ ସାଇଟ୍‌ ଖେଳ ସଂଯୋଜକ ସୁନିଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.