ବଲାଙ୍ଗିରରେ ୭୮ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୭୮ ତମ ସ୍ୱାଧିନତା ଦିବସ ସାରା ଦେଶ ପାଳନ କରୁଛି । ଏହି ଅବସରରେ ବଲାଙ୍ଗିରର ମୋନାହରପୁର ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ, ଶ୍ରମ ବିଭାଗ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଯୋଗଦେଇ ପ୍ୟାରେଡ ଅବିଭାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଦେଶର ସ୍ଵାଧୀନତା ସଂଗ୍ରାମୀ ଓ ଜିଲ୍ଲାର ଗାରିମାର ଗାଥା ଉପରେ କହିଥିଲେ । ଏହି ସମୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଥିଲେ । ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ।

Leave A Reply

Your email address will not be published.