
ଲୋଇସିଂହା, (ବିମଳେନ୍ଦୁ ସାହୁ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା କୃଷି ବିକାଶ ସହକାରୀ ସମିତି ଲିମିଟେଡ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ଠାରେ କୃଷକ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏଡିଓ ପ୍ରମୋଦ କୁମାର ବଡ଼ପଣ୍ଡା ଯୋଗଦେଇ କୃଷି ତଥା କୃଷକଙ୍କ ବହୁବିଧ ଉନ୍ନତି କଳ୍ପେ ଧାନଚାଷ ପରବର୍ତ୍ତୀ ରବିଚାଷରେ ଡାଲି ଜାତୀୟ ଫସଲ ଚାଷ କରି ଲାଭବାନ ହେବା ସକାଶେ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ମାମିନା ଭୋଇ ଓ ସହକାରୀ କୃଷି ଅଧିକାରୀ ରୋହନ କୁମାର ସାହୁ ଯୋଗଦେଇ ଜମିର ମାଟି ପରୀକ୍ଷା ଓ ସାର ପ୍ରୟୋଗ ତଥା ଜୈବିକ ପଦ୍ଧତିରେ କୃଷିର ଉପାଦେୟତା ଓ ଫସଲର ରକ୍ଷଣାବେକ୍ଷଣ ଉପରେ ସୂଚନା ଦେଇଥିଲେ । ମୁଗ, ବିରି, ଚଣା, ମୁସୁରି ଡାଲି ଜାତୀୟ ତଥା ରାଶି, ସୋରିଷ ତୈଳବୀଜ ଜାତୀୟ ଏବଂ କପା ଭଳି ଅର୍ଥକାରୀ ଫସଲ ଉପରେ ଆଲୋଚନା ହୋଇଥିଲା । ସିଆର୍ଏଫ୍ଏମ୍ ଜିଲ୍ଲା ସଂଯୋଜକ ନୀତିନ ଦାସ, ବାନିପାଲି ସରପଞ୍ଚ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଉପରବାହାଲ, ରତାଖଣ୍ଡି, ବାନିପାଲି ପଞ୍ଚାୟତର ଚାଷୀମାନେ ଉପସ୍ଥିତ ଥିଲେ । ଭିଏଡବ୍ଲୁ ହିରଣ୍ୟ ଶବର କାର୍ୟ୍ୟକ୍ରମ ସଂଯୋଜନା କରିଥିବା ବେଳେ ବ୍ଲକ ସଂଯୋଜକ ବିମଳେନ୍ଦୁ ସାହୁ, କ୍ଲଷ୍ଟର ସଂଯୋଜକ ବିଘ୍ନରାଜ ପଧାନ, ଶାନ୍ତନୁ ସାହୁ, ଉର୍ମିଳା ବାଗ, ଅଜୟ ଗଡତ୍ୟା ସହଯୋଗ କରିଥିଲେ । ପରିଶେଷରେ ସହକାରୀ କୃଷି ଅଧିକାରୀ ରୋହନ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।