ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର କୁମୁଦିନୀ ପଟେଲ, କୀର୍ତ୍ତି ଚନ୍ଦ୍ର ପଟେଲଙ୍କ ଝିଅ ହେମାଙ୍ଗିନୀ ପଟେଲ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ମା’ ପାଇଁ ଗଛ ଟିଏ ଲଗାଇଥିଲେ । ସେ ମା, ବାପାଙ୍କ ଠାରୁ ପ୍ରେରଣା ପାଇ କେକ୍ ନ କାଟି ମା’ ପାଇଁ ନିଜ ଜନ୍ମଦିନରେ ଗୋଟିଏ ବରଗଛ ଗାଧୁଆ ତୁଠରେ ଲଗାଇ, ନିରାଡମ୍ବର ଭାବରେ ଜନ୍ମଦିନ ପାଳନ କରିଥିଲେ । ସେ ଚାରୋଟି ବରଗଛ ଏବଂ ତିନୋଟି ପିପଲ ଗଛ ଲଗାଇ ସାରିଲେଣି । ସମସ୍ତ ଗଛର ଯତ୍ନ ମଧ୍ୟ ନେଉଛନ୍ତି ।