ମୟୂରଭଞ୍ଜରେ ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ବନ୍ଦ ପାଳନ

ମୟୂରଭଂଜ : ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ଆଜି ଭଂଜସେନା ପକ୍ଷରୁ ମୟୂରଭଂଜରେ ପାଳନ କରାଯାଉଛି । ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ଦୋକାନ ବଜାର ବନ୍ଦ ରହିଛି । ଜରୁରୀ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି । ଅପରାହ୍ନ ୩ଟା ଯାଏଁ ଏହି ବନ୍ଦ ପାଳନ କରାଯିବ ବୋଲି କୁହାଯାଉଥିବା ବେଳେ ଏହି ବନ୍ଦକୁ କଂଗ୍ରେସ, ସିପିଏମ୍ ଏବଂ ସିଟୁ ସମର୍ଥନ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.