ବଲାଙ୍ଗିର ସହରର ଶାନ୍ତିପଡ଼ାରେ ପୁଅ ଜିଉଁନ୍ତିଆ ଓଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ମା’ମାନେ ପୁଅର ଦୀର୍ଘ ଜୀବନ ଓ ସର୍ବମଙ୍ଗଳ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଛନ୍ତି । ଏହି ବ୍ରତରେ ମା’ ଦୂତିବାହନଙ୍କୁ ପୂଜା କରି ମା’ମାନେ ପୁଅମାନଙ୍କ ପାଇଁ ଦୀର୍ଘାୟୁ ମାଗିଛନ୍ତି । ଆଜିଠାରୁ ଖଣ୍ଡା ବସା ଆରମ୍ଭ ହେଉଥିବା ବେଳେ ଆଜିଠାରୁ ମା’ଙ୍କ ଷୋଳ ପୂଜା ଆରମ୍ଭ ହୋଇଯାଏ ବୋଲି ପୂଜକମାନେ କୁହନ୍ତି । ଆଜି ଶାନ୍ତିପଡ଼ାରେ ଉଲ୍ଲାସର ସହ ମା’ମାନେ ବ୍ରତ ଧାରଣ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.