ଓଲଟିଲା ପରିବା ବୋଝେଇ ପିକଅପ୍ ଭ୍ୟାନ୍, ଡ୍ରାଇଭର୍ ଫେରାର୍

ଚାନ୍ଦବାଲି : ଅଟୋକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟିଲା ପରିବା ବୋଝେଇ ପିକଅପ୍ ଭ୍ୟାନ୍ । ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ମତୋ ହାଇସ୍କୁଲ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ କେନ୍ଦ୍ରାପଡ଼ା ଆସୁଥିବା ଏକ ପରିବା ବୋଝେଇ ପିକଅପ୍ ଭ୍ୟାନ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ମତୋ ହାଇସ୍କୁଲ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଅଟୋକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡ଼ିଛି । ଦୁର୍ଘଟଣା ପରେ ପରିବା ବୋଝେଇ ପିକଅପ ଭ୍ୟାନ୍‌ର ଚାଳକ ଘଟଣାସ୍ଥଳରୁ ଗାଡି ଛାଡ଼ି ଫେରାର୍‌ ହୋଇଯାଇଛନ୍ତି । ଖବର ପାଇ ମତୋ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.