କୁଲତା ଯୁବ ସଂଗଠନ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଥିବା ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀ ମନ୍ଦିର ମୁକ୍ତିପୀଠ ଅବସ୍ଥିତ । ପ୍ରଥମେ ସମସ୍ତେ‌ ଜାତିଭାଇ ରଣେଶ୍ଵର ରାମଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା କରି ମାଁଙ୍କ ଠାରୁ ଆଶିର୍ବାଦ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରାମଚଣ୍ଡୀ ମନ୍ଦିର ଠାରେ କୁଲତା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମକୁ ଯୋଗେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁବ ସଂଗଠନର ସମସ୍ତେ କାର୍ଯ୍ୟକର୍ତ୍ତା ବୁଲୁ ବାରିକ, ଗୋକୁଳା ପ୍ରଧାନ, କେଶବ ସାହୁ, ବ୍ୟାସ ବଢେଇ, ଟିକେଲାଲ ସାହୁ, ଡୋଲାମଣୀ ବଢେଇ, ହେମନ୍ତ ପ୍ରଧାନ, ଇନ୍ଦ୍ରଜିତ ଭୋଇ ପ୍ରମୁଖ ଏହି କାର୍ଯ୍ୟକ୍ରମ ବହୁ ସୁଚାରୁରୂପେ ସହଯୋଗ କରିଥିଲେ । ଡା‌. ମୋହନ ଭୋଇ ଓ ଡା. ତରଣୀସେନ ବଢେଇ ନୂଆଁଖାଇ ଭେଟ୍‌ଘାଟ୍ ବିଷୟରେ ବହୁତ ସୁନ୍ଦର ବକ୍ତବ୍ୟ ଦେବା ସହିତ ସମାଜର ଉନ୍ନତି ଓ ମନ୍ଦିର ବିକାଶ ଉପରେ ବିଶେଷ ଆଲୋକପାତ କରିଥିଲେ । ଗଣପର୍ବ ନୂଆଁଖାଇ ଭାଇଚାରା ପର୍ବରେ ସମସ୍ତ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ କୁଲତା ସମାଜର ଜାତିଭାଇ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଶେଷରେ ମାଁ ରାମଚଣ୍ତୀଙ୍କ ଆର୍ଶୀବାଦ ଭିକ୍ଷା କରି ଭୁବନେଶ୍ୱର ସା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.