om academy

ପବନ ଓ ବର୍ଷା ହେତୁ ଭାରସାମ୍ୟ ହରାଇ ଡ୍ୟାମରେ ଓଲଟିଲା ଡଙ୍ଗା : ୬ ଜଣ ନିଖୋଜ

jsm

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଉଜନି ଡ୍ୟାମରୁ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଡଙ୍ଗା ବୁଡ଼ିଯିବା ପରେ ୬ ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯାତ୍ରୀଙ୍କ ମଧ୍ୟରେ ଦୁଇଜଣ ପିଲାଙ୍କ ସମେତ ୬ ଜଣ ଯାତ୍ରୀ ଥିଲେ । ଇନ୍ଦାପୁର ତହସିଲଦାର ଶ୍ରୀକାନ୍ତ ପାଟିଲ ଡଙ୍ଗା ବୁଡ଼ିଯିବାର ସୂଚନା ଦେଇଛନ୍ତି, ଡ୍ୟାମରେ ବୁଡ଼ିଯାଇଥିବା ଲୋକଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଜଣେ ମହିଳା ଏବଂ ଦୁଇ ଶିଶୁ ଅଛନ୍ତି । ବୁଡ଼ି ଯାଇଥିବା ଡଙ୍ଗା ସେବା କଲାଶି ଏବଂ ଭୁଗାଓଁ ଗ୍ରାମ ମଧ୍ୟରେ ଚାଲିଥାଏ । ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ଡଙ୍ଗାରେ ୭ ଜଣ ବସି ଯାତ୍ରା କରୁଥିଲେ । ଏହି ସମୟରେ ହଠାତ୍‌ ପବନ ଓ ବର୍ଷା ମାଡ଼ି ଆସିଥିଲା । ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଡ୍ୟାମ ପାଣିରେ ଓଲଟି ପଡ଼ିଥିଲା । ଏଥିରେ ବସିଥିବା ୭ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ ପାଣିରେ ବୁଡ଼ି ଯାଇଛନ୍ତି ।

Leave A Reply

Your email address will not be published.