
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରେ ଅବସ୍ଥାପିତ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସହ ସୁନାବେଶ ଅନୁଷ୍ଠିତ ହୋଇଛି । ଅଗଣିତ ଶ୍ରଦ୍ଧାଳୁ ଯୋଗଦେଇ ଧୂପ, ଦୀପ ଜାଳି ଭକ୍ତି ଓ ନୈବେଦ୍ୟ ଅର୍ପଣ କରି ନିଜର ମାନସିକ ପୂରଣ ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କଠାରେ କାମାନା କରିଛନ୍ତି ।