
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ଏନ୍ପିଏସ୍)ର ଜିଲ୍ଲା ସଂଘ ତରଫରୁ ପ୍ରାଥମିକ ଶିକ୍ଷମାନଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶ କୁ ବିରୋଧ କରି ଆଜି ମାନନୀୟ ମୁଖ୍ୟମନ୍ତ୍ରୀ, ମାନନୀୟ ଗଣଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି ଓଡିଶା ସରକାରଙ୍କ ଦ୍ୱାରା ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ସମ୍ବନ୍ଧୀୟ ସଂଶୋଧନ ଅଧିନିୟମ ୨୦୧୯ ଅନୁସାରେ ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତ ଶିକ୍ଷକଙ୍କ ପାଇଁ ଓଟିଇଟିକୁ ବାଧ୍ୟତାମୂଳକ କରାଯାଇନାହିଁ କିନ୍ତୁ ପରିତାପର ବିଷୟ ଯେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପରିପତ୍ର ଙ୍କ ସଂଖ୍ୟା ୯୦୨୧ ତା.୦୮.୦୫.୨୫ ଅନୁସାରେ ପଦୋନ୍ନତି କ୍ଷେତ୍ର ରେ ଓଟିଇଟିକୁ ବାଧ୍ୟତାମୂଳକ କରାଯାଇଥିବାରୁ ଶିକ୍ଷକ ମହଳରେ ନୈରାଶ୍ୟ ମନୋଭାବ ସୃଷ୍ଟି ହେବା ସଂଗେ ସଂଗେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଗତ ୨୦୨୨ ମସିହା ପରଠାରୁ ଶିକ୍ଷକ ପଦୋନ୍ନତି ମଧ୍ୟ ବାଧାପ୍ରାପ୍ତ ହୋଇଛି, ଫଳରେ ହଜାର ହଜାର ଶିକ୍ଷକ ନିଜର ଅଧିକାରରୁ ବଂଚିତ ହୋଇ ଅବସର ଗ୍ରହଣ କରିସାରିଛନ୍ତି ଓ ଆଉ କିଛି ଅବସର ଗ୍ରହଣ ଅପେକ୍ଷାରେ ଅଛନ୍ତି । ଯାହା ଫଳରେ ପୁରା ଓଡିଶାର ବହୁତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାମଚଳା ପ୍ରଧାନ ଶିକ୍ଷକ ରେ ଚାଲୁଅଛି । ୨୦୧୯ କ୍ୟାଡର ରୁଲ ଅନୁଯାୟୀ ଶିଘ୍ର ପଦୋନ୍ନତି ପ୍ରଦାନ କରିବାକୁ ସଂଘ ପକ୍ଷରୁ ସରକାର କୁ ନିବେଦନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଂପାଦକ କୈଶ୍ ରସୁଲ ଖାନ, କାର୍ଯ୍ୟକାରୀ ସଭପାତି ଅମିୟ କୁମାର ନାଗ, ଡ. ହେମନ୍ତ କୁମାର ଦାସ, ଭରତ ମହାକୁର, ମହାଦେବ ମେଶ୍ୱା, ମନି କୁମ୍ଭାର, ଅମ୍ବୁଜ କୁମାର ହୋତା, ରଶ୍ମୀତା ମହାନ୍ତି, ଗୋବିନ୍ଦ ମେହେର, ବିନୋଦିନୀ ରଣା, ଉତ୍ତମା ବାଗ, ସୁଶୀଲ ମହଲା, ସୁନିଲ ମହଲା, ନରେନ୍ଦ୍ର ମିଶ୍ର, ପର୍ଶୁରାମ ସୁନା, ମହେନ୍ଦ୍ର ନାଗ, ମିତ୍ରଭାନୁ ବାଗ, କୌଶଲ୍ୟା ସାହୁ, ବବିତା ନାୟକ, ଜ୍ଞାନ ରଂଜନ ବେହେରା, ସରୋଜ ଗଡତିଆ, ମନି ମାଝୀ, ସଂଜୟ କୁମାର ସାହୁ, ଭକ୍ତବନ୍ଧୁ ସାହୁ, ଜୟଶିବ ଶଙ୍କର ଲାଲ ଭଣ୍ଡା ଇତ୍ୟାଦି ବହୁ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।