oom

ଆସନ୍ତାକାଲି ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ପଦ ପାଇଁ ନିର୍ବାଚନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତାକାଲି ସକାଳ ୧୦.୩୦ ସମୟରେ ଅନୁଷ୍ଠିତ ହେବାକୁ ଥିବା ଡେଲାଙ୍ଗ ପଞ୍ଚାୟତ ସମିତିର ପ୍ରଥମ ବୈଠକରେ ଯୋଗଦାନ କରିବାକୁ ଥିବା ସଭ୍ୟ ଓ ସଭ୍ୟାମାନଙ୍କୁ ସମିତି ପ୍ରଶାସନ ପରିବାର ତରଫରୁ ସ୍ଵାଗତ କରାଯିବା ସହ ସମସ୍ତ ସଭ୍ୟ ଓ ସଭ୍ୟା ମାନଂକୁ ଅନୁରୋଧ ଯେହେତୁ ଆସନ୍ତା କାଲି ସମିତି ଅଧକ୍ଷା ପଦ ପାଇଁ ନିର୍ବାଚନ ହେବ ଏବଂ ସମସ୍ତେ ଆମର ନୂତନ ଅତିଥି ସେମାନେ ବୈଠକକୁ ଆସିବା ସମୟରେ ନିଜ ନିଜର ବ୍ୟକ୍ତିଗତ ପରିଚୟ ପତ୍ର ସାଥୀରେ ଧରି ଆସିବେ ଏବଂ ସଭାଗୃହ ମଧ୍ୟକୁ ସଭ୍ୟ, ସଭ୍ୟାଙ୍କ ବ୍ୟତୀତ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ । ନିର୍ବାଚନ ପ୍ରକ୍ରିୟାରେ ସମସ୍ତେ ଅଂଶ ଗ୍ରହଣ କରୁଥିବାରୁ ସଭାଗୃହ ମଧ୍ୟକୁ ମୋବାଇଲ ଫୋନ ନେବା ମଧ୍ୟ ନିଷିଦ୍ଧ ଅଟେ । ତେଣୁ ଆପଣମାନଙ୍କ ସହଯୋଗ ଆମର ଏକାନ୍ତ କାମ୍ୟ ବୋଲି ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ।

jittmm
Leave A Reply

Your email address will not be published.