ଛତ୍ରପୁର ଆଦର୍ଶ ଥାନା ଆଇଆଇସି ନିଲମ୍ବିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୁଲିସ୍ ଜିଲ୍ଲା ଅନ୍ତର୍ଗତ ସଦର ମହକୁମା ଛତ୍ରପୁର ଆଦର୍ଶ ଥାନା ଆଇଆଇସି ଇନ୍ସପେକ୍ଟର ଦେବାଶିଷ ମହାନ୍ତି ନିଲମ୍ବିତ ହୋଇଥିବା ଶନିବାର ସନ୍ଧ୍ୟାରେ ଖବର ମିଳିଛି । ସେ କାର୍ଯ୍ୟରେ ବିଭିନ୍ନ କେଶ୍ ପରିଚାଳନାରେ ଅବହେଳା କରିବା ଏବଂ ତାଙ୍କ ଦ୍ୱାରା ବିଶୃଙ୍ଖଳା ପ୍ରଦର୍ଶନ ହୋଇଥିବା ଅଭିଯୋଗ ନେଇ ତାଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରୁ ନିଲମ୍ୱନ କରାଯାଇଛି । ନିଲମ୍ବନ ସମୟରେ ବ୍ରହ୍ମପୁର ଆଇ.ଜି. ଅଫିସ ଅଧିନରେ ରହିବେ ବୋଲି ଜଣାଯାଇଛି । ଆଇଆଇସି ଶ୍ରୀ ମହାନ୍ତି ଏଥି ପୂର୍ବରୁ କୋଦଳା ଥାନା, ବ୍ରହ୍ମପୁର ଟ୍ରାଫିକ ଥାନା ସହ ଦିଗପହଣ୍ଡି ଥାନାରେ ଏବଂ ଭଞ୍ଜନଗର ଥାନା ଅଧୀନରେ କାର୍ଯ୍ୟ କରି ଆସିଛନ୍ତି ବୋଲି ଜଣାଯାଇଛି ।

jittmm
Leave A Reply

Your email address will not be published.