shyamal

ନଦୀ ପାଇଁ ଶିକ୍ଷକ ହେଲେ ଏକାଠି, ବାଣ୍ଟିଲେ ସଚେତନତାର ବାର୍ତ୍ତା

ବୌଦ୍ଧ, (ମମତା ମହାକୁର) : ଆଜି ନଦୀ ବିପନ୍ନ, ନିଜ ଜୀବନକୁ ନଦୀ ସହ ତୁଳନା କରି ତାର ସୁରକ୍ଷା ପାଇଁ ଏକାଠି ହେଲେ ଶିକ୍ଷକ । କଣ୍ଟାମାଲ ବ୍ଲକ ଖଟଖଟିଆ କ୍ଲଷ୍ଟର ୫୦ରୁ ଉର୍ଦ୍ଧ ଶିକ୍ଷକ ସିମିଳିପଦର ଗ୍ରା:ପର କୀର୍ଲା ତେଲନଦୀ ଘାଟରେ ଏକ ସଚେତନତା ସଭା କରି ନଦୀମଧ୍ୟରେ ଆବର୍ଜନା ନପକାଇବା, ପ୍ଲାଷ୍ଟିକ ବ୍ୟବହାର ନକରିବା, ନଦୀଜଳ ସଂରକ୍ଷଣ, ନଦୀବାଲି ଓ ପଥରର ସୁରକ୍ଷା ସହ ନଦୀ ମଧ୍ୟରେ ମଳତ୍ୟାଗ ନକରିବା ସମ୍ପର୍କରେ ଆଲୋକପାତ ହୋଇଥିଲା । କ୍ଲଷ୍ଟରର ସିଆରସିସି ଶଶାଙ୍କ ପୋଢ଼ଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ଶିକ୍ଷକ ସମୀର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ରଂଜୁ ଅମାତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଲର ଅତିରିକ୍ତ ଗୋଷ୍ଠିଶିକ୍ଷା ଅଧିକାରୀ ଦୁର୍ଗା ଚରଣ ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଗଣେଷ ପ୍ରସାଦ ମିଶ୍ର, ଉଦ୍ଧବ ମହାଳିକ, ସୀତାରାମ ହରିପାଲ, ହୃଦାନନ୍ଦ ଦନ୍ତା ପ୍ରମୁଖ ଯୋଗ ଦେଇ ନଦୀପଠାରେ ନଦୀର ସୁରକ୍ଷା ଚିନ୍ତା ଶିକ୍ଷକ ସମାଜର ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତା ସମଗ୍ର ସମାଜ ଉପରେ ଏକ ସୁବାର୍ତା ବହନ କରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପଞ୍ଚାନନ ସ୍ୱାଇଁ, ଜଗନ୍ନାଥ ମହାପାତ୍ର, ପବିତ୍ର ସାହୁ, ଯୁଧିଷ୍ଠିର ମହାପାତ୍ର, ସରୋଜ କର୍ଣ୍ଣ, ଶୈଳେନ୍ଦ୍ର ବସ୍ତିଆ, ରାଜେନ୍ଦ୍ର ମହାପାତ୍ର, ଜିତେନ୍ଦ୍ର ମିଶ୍ର, ବୁଦ୍ଧିମନ୍ତ ରାଜହାଂସ, ଆନନ୍ଦନୀ ଆଚାର୍ୟ୍ୟ, ବନିତା ମେହେର,ସୁରେନ୍ଦ୍ର କମ୍ପ, ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସୁକଦେଵ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.