ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ଚାନ୍ଦବାଲି : ପୋଖରୀରେ ବୁଡ଼ି ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ଚାନ୍ଦବାଲି ବଡ଼ଓସ୍ତିଆ ପଞ୍ଚାୟତ କିମିରପଡା ଗ୍ରାମର ବାନାମ୍ବର ଦାସ । ବୃଦ୍ଧ ଜଣକ ଘର ପାଖରେ ଥିବା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ତାଙ୍କ ମୁଣ୍ଡ ବୁଲାଇବାରୁ ସେ ପୋଖରୀରେ ପଡିଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ପୋଖରୀ ମଧ୍ୟରୁ ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.