centurian jitm

ପୋଖରୀରେ ବୁଡି ବୃଦ୍ଧ ମୃତ

nschool

ନୟାଗଡ଼, (କେପିଏନ୍‌ଏସ୍‌) : ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ କିଆଝର ପଞ୍ଚାୟତ ଅଧିନ କିଆଝର ପାଟଣା ଗ୍ରାମର ଅର୍ଜୁନ ମହାନ୍ତି(୬୫) ବୋଲି ଜଣାପଡ଼ିଛି । ଗୁରୁବାର ସକାଳେ ବାରିପାଖ ପୋଖରୀରେ ସ୍ନାନ କରୁଥିବା ବେଳେ ଗୋଡ ଖସିଯିବାରୁ ସେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ ମାନେ କହିଛନ୍ତି । ଖଣ୍ଡପଡା ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରି ଖଣ୍ଡପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପରେ ତାଙ୍କର ଏକମାତ୍ର ପୁଅ ସନ୍ତୋଷ କୁମାର ମହାନ୍ତି ଗ୍ରାମ ମଶାଣୀରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।

Leave A Reply

Your email address will not be published.