ବଜ୍ରପାତରେ ୨ ମହିଳା ମୃତ

କୋଣାର୍କ : ବାତ୍ୟା ଭୟ ଭିତରେ ଡରାଇଲାଣି ବଜ୍ରପାତ । ଗୋପ ବ୍ଲକ ଏରବଙ୍ଗ ପଞ୍ଚାୟତ ଡିହସାହି ଗାଁରେ ଅଘଟଣ । ବଜ୍ରପାତ ନେଇଛି ୨ ଜୀବନ । ମୃତକ ୨ ମହିଳା ରୀନା ଭୋଇ(୪୫) ଓ ସରସ୍ୱତୀ ସ୍ୱାଇଁ(୧୮) ବୋଲି ଜଣାପଡିଛି । ଉଭୟଙ୍କ ମୃତ୍ୟୁରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.