oom

ସୁଲଭ ଦରରେ ପନିପରିବା ଯୋଗାଇଲେ ମିଶନଶକ୍ତି

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ସମୟରେ ମିଶନ ଶକ୍ତି ମହିଳା ମହାସଂଘ ଡେଲାଙ୍ଗ ବ୍ଲକ ପକ୍ଷରୁ ସୁଲଭ ଦରରେ ପନିପରିବା ବିଭିନ୍ନ ପଂଚାୟତରେ ଯୋଗାଇ ଦେଇଛି । ଆଜି ଅଟୋ ଯୋଗେ ଧାନକେରା, ଗୁଆଲିିପଡା, ଜେନାପୁର, ଶ୍ରୀପୁରୁଷତ୍ତମପୁର ପଂଚାୟତରେ ଗାଁକୁ ଗାଁ ବୁଲି ପନିପରିବା ସୁଲଭ ଦରରେ ବିକ୍ରି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱର୍ଣ୍ଣମୟୀ ଜେନା, ପ୍ରତିମା ଦାଶ, ମିନାକ୍ଷୀ ପ୍ରଧାନ, ମମତା ସ୍ୱାଇଁ, ଭାରତୀ ଚମ୍ପତି, ଚିନ୍ମୟୀ ପାଢି, ସୁନିତା ଦାଶ, ଶୁଭଲକ୍ଷ୍ମି ଦାଶ ପ୍ରମୁଖ ଦୁଇଟି ଅଟୋ ଯୋଗେ ଗାଁରେ ପହଂଚି ପନିପରିବା, ରାସନ ଓ ସାନିଟାଇଜ ଗୁଡିକ ସୁଲଭ ଦରରେ ବିକ୍ରି କରିବା ସହିତ ସରକାରଙ୍କ କରୋନା ସଚେତନତା ବାର୍ତ୍ତା ପାଳନ କରିବା ପାଇଁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି । ସେହିପରି ଶନିବାର ଦିନ ରେଂଚ ପଂଚାୟତର ପ୍ରହାରାଜପୁର ଗ୍ରାମରେ ପନିପରିବା ବିକ୍ରି କରୁଥିବା ସମୟରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ ପହଂଚି କୋଭିଡ୍‌ ନିୟମ ପାଳନ ଉପରେ ଯାଂଚ କରିବା ସହିତ ମିଶନ ଶକ୍ତି ମହିଳା ମହାସଂଘ କାର୍ଯ୍ୟକୁ ଭୂୂୟଂସି ପ୍ରଶଂସା କରିଥିବା ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ଜଣାଇଛନ୍ତି ।

jittmm
Leave A Reply

Your email address will not be published.