କୂଳକୁ ଫେରିଲେ ନିଖୋଜ ୧୩ ମତ୍ସ୍ୟଜୀବୀ

ପାରାଦୀପ : ୮ ତାରିଖରୁ ସମୁଦ୍ରକୁ ଯାଇଥିବା ୨ଟି ବୋଟ୍‌ର ୧୩ ଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ । ତାଙ୍କୁ ସୋମବାର ମଧ୍ୟାହ୍ନରେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଛି । ସେମାନଙ୍କ ବୋଟ୍‌ ସହିତ ଆସି ପାରାଦୀପ ମାଛଧରାବନ୍ଦର ପୋତାଶ୍ରୟରେ ପହଞ୍ଚିଛନ୍ତି । ଉଦ୍ଧାର ବୋଟର ଡ୍ରାଇଭର ଅଶୋକ ମିର୍ଦ୍ଧାଙ୍କ ସୂଚନାନୁଯାୟୀ, ସେମାନେ ୧୫୬ ମାଇଲ ସାଗରଦୀପ ଠାରେ ଥିବା ଓଏନ୍‌ଜିସି ସର୍ଭେ ସ୍ଥାନକୁ ଯାଉଥିଲେ । ୧୧ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯିବା ଆସିବା ସମ୍ଭବ ହୋଇ ନ ଥିଲା । ଏପରିକି ନେଟ୍‌ୱାର୍କ ନ ଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ରବିବାର ରାତିରେ ଆମକୁ ଠାବ କରି ସୋମବାର ଉଦ୍ଧାର କରି ଆଣିଛନ୍ତି । ବୋଟ୍‌ ଓ ମତ୍ସ୍ୟଜୀବୀ ସମସ୍ତେ ସୁରକ୍ଷିତ ଅଛନ୍ତି ।

Leave A Reply

Your email address will not be published.