ମାଙ୍କଡ଼ କାମୁଡାରେ ଦୁଇ ଜଣ ଗୁରୁତର

ଡେଲାଙ୍ଗ, (ଦିଲ୍ଲପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଯୋରକଣୀ ଗ୍ରାମର ଉପେନ୍ଦ୍ର ସୁନ୍ଦରାୟ ମାଙ୍କଡ଼ କାମୁଡାରେ ଗୁରୁତର ଆହତ ହୋଇ ଭୁବନେଶ୍ଵରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ମାନସ ସାହୁ ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଘୋରଡିଆ ଗ୍ରାମରେ ପ୍ରାୟ ଏକ ସପ୍ତାହ ହେଲା ଦଳେ ମାଙ୍କଡ଼ କେଉଁ ଆଡୁ ଆସି ନାହିଁ ନଥିବା କ୍ଷତି କରିବା ସହ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଏଣୁ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଦିଗରେ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.