
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ତହସିଲ ଅଫିସ ଛକ ନିକଟରେ ଗ୍ରାସିମ କମ୍ପାନୀ ପକ୍ଷରୁ ଗତକାଲି ଅପରାହ୍ନରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀ ୟୁନିଟ୍ ହେଡ ଦିଗବିଜୟ ପାଣ୍ଡେଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁର୍ଘଟଣା ଜନିତ ବିପର୍ଯ୍ୟୟ ବେଳେ କମ୍ପାନୀ ମଧ୍ୟରୁ ବିଷାକ୍ତ କ୍ଲୋରିନ୍ ଗ୍ୟାସ୍ ନିର୍ଗତ ହେଉଥିବା ବେଳେ କିପରି ସତର୍କତା ମୂଳକ ପଦକ୍ଷେପ ନିଆଯାଇ ପାରିବ ସେ ନେଇ ଦୁରୋତ୍ତର ଆପାତ କାଳୀନ ପ୍ରତିରୂପ ଅଭ୍ୟାସ କରାଯାଇଥିଲା । କମ୍ପାନୀ ମଧ୍ୟରେ ଏକ ଟ୍ରକରେ ରହିଥିବା କ୍ଲୋରିନ ଗ୍ୟାସ୍ ସିଲିଣ୍ଡର୍ ଲିକ୍ ହେଲା ପରେ କର୍ମଚାରୀ ମାନଙ୍କ ଦ୍ଵାରା କମ୍ପାନୀ କର୍ତ୍ତୁପକ୍ଷଙ୍କ ନିକଟରେ ଖବର ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ ପହଞ୍ଚିବା ପରେ ସିଲିଣ୍ଡର୍ ଉପରେ ଜଳ ସିଞ୍ଚନ କରାଯାଇଥିଲା । ପରେ ଟେକ୍ନିସିଆନ ଟିମ୍ ପହଞ୍ଚି ଗ୍ୟାସ୍କୁ ଆୟତ କରାଯାଇ ସ୍ଥାନୀୟ ଅଞ୍ଚଳକୁ ବିପଦମୁକ୍ତ କରାଯାଇଥିଲା । ଆହାତ ଡ୍ରାଇଭରକୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଦ୍ଵାରା ତୁରନ୍ତ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଡ଼ାକବାଜିଜନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା କରାଯାଇଥିଲା ଯେ, ପବନର ବିପରୀତ ଦିଗକୁ ପାଣି କନା ସାହାଯ୍ୟରେ ମୁହଁକୁ ଢାଙ୍କି ଚାଲି ଯିବା ପାଇଁ । ଏପରି ମକଡ୍ରିଲ କାର୍ୟ୍ୟକ୍ରମକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ । ପରେ ଏକ ସଭାରେ ଏଡିଏମ୍ ଅମିୟ ସାହୁ, ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଏମର୍ଜେଂସ୍ନି ଅଫିସର୍ ସୁକାନ୍ତ ମିଶ୍ର, ଆସିଷ୍ଟାଣ୍ଡ ଡାଇରେକ୍ଟର ଫେକ୍ଟ୍ରିସ୍ ଆଣ୍ଡ ବଏଲର୍ ପୁଷ୍ପମିତ୍ର ଜେନା ଓଏସ ଏପି ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ସୂର୍ଯ୍ୟନାରାୟଣ ମାଲିକ, ତହସିଲଦାର ଅରୁଣ କୁମାର ନାୟକ, ଇନଭାରମେଣ୍ଟ ରିଜିଓନାଲ୍ ଅଫିସର୍ ମିତ୍ରସେନ୍ ମାଝୀ, ଫାଇର ଅଫିସର୍ ବିଶ୍ଵନାଥ ମହାନ୍ତି ଗ୍ରାଶିମ୍ କମ୍ପାନୀ ସେଫ୍ଟି ହେଡ଼ ପୂର୍ଣ୍ଣ ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବରୁ ଘଟିଯାଇଥିବା ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣା ବେଳେ କିପରି ସୁରକ୍ଷିତ ଭାବେ ବିପଦ ଏଡାଇ ଦିଆଯାଇଥିଲା ସେ ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହ ମକଡ୍ରିଲ କାର୍ଯ୍ୟକ୍ରମରେ ଉଚ୍ଚ ପ୍ରଶଂସା କରିଥିଲେ । ଇଓ ରୋନିତ କୁମାର ଉପସ୍ଥିତ ଥିଲେ । କମ୍ପାନୀ ଡିଜିଏମ୍ ରବୀନ୍ଦ୍ର କୁମାର ମହାନ୍ତି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଏଜିଏମ ପ୍ରଭା ଦାସ, ଏଚ୍ଆର୍ହେଡ୍ ପ୍ରଭା ପଣ୍ଡା, ଆଇ ଆର୍ ହେଡ଼ ନିରୋଜା ପଟନାୟକ, ଏମସି ନିଖିଳ ମହାପାତ୍ର, ସେକ୍ରେଟାରୀ ଆଣ୍ଡ ଫାଇର୍ ବିପିନ୍ ଦୀକ୍ଷିତ, ଶେଫ୍ଟି ହେଡ କୃଷ୍ଣ ପାଣିଗ୍ରାହୀ ପ୍ରମୁଖ କମ୍ପାନୀ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଏସଏପି ଅଷ୍ଟମ ବଟାଲିୟନ୍ ଓଡ୍ରାପ୍ ଟିମ୍ ଉପସ୍ଥିତ ଥିଲେ ।