କୃଷ୍ଣପ୍ରସାଦ : ଚିଲିକା ମଧ୍ୟରେ ଥିବା ପାହାଡ ତଟ ଦେଶରେ ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଈଙ୍କ ପୀଠରେ ମକର ପର୍ବ ପାଳିତ ହୋଇଯାଇଛି । ଶନିବାର ଭୋର ୪ଟା ସମୟରେ ମନ୍ଦିର ସେବାୟତମାନେ ମା’ଙ୍କ ନିତ୍ୟ କର୍ମ ଶେଷ କରିବା ପରେ ଚୁଆ ସିନ୍ଦୁରରେ ମା’ଙ୍କୁ ମାଜଣା କରି ନୂତନ ବସ୍ତ୍ର ପରିଧାନ ପରେ ପୁଷ୍ପମାଲ୍ୟରେ ସୁସଜ୍ଜିତ କରିଥିଲେ । କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ଅଧିକାରୀ ଶରତ ନାୟକ ମା’ଙ୍କ ମନ୍ଦିରରେ ପହଞ୍ଚି ବାଳ ଭୋଗ ପୂଜା କରିବା ପରେ ମନ୍ଦିର ଉପରେ ସେବାୟତମାନେ ବାନା ବାନ୍ଧି ମା’ଙ୍କୁ ଆଳତି କରିବା ପରେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମା’ଙ୍କୁ ଦର୍ଶନ କରିଥିଲେ ।