ପାଟଣା : ପାଟଣା ବ୍ଲକ ଅଞ୍ଚଳରୁ ଅବକାରୀ ବିଭାଗ ମୋଟ ୭୫ ଲିଟର ମହୁଲି ମଦ ଜବତ କରିବା ସହ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବାଉଁଶୁଳିର ସସ୍ମିତା ମୁଣ୍ଡା, ଦାଶରଥିପୁର ସୁମନ୍ତ ଲୋହାର ଓ ବାଲିପଶିର ରମେଶ ମୁଣ୍ଡା ବୋଲି ଜଣାପଡିଛି । ସସ୍ମିତା ମୁଣ୍ଡାଙ୍କ ଠାରୁ ୧୦ ଲିଟର, ସୁମନ୍ତ ଲୋହାରଙ୍କ ଠାରୁ ୩୫ ଲିଟର ଓ ରମେଶ ମୁଣ୍ଡାଙ୍କ ଠାରୁ ୩୦ ଲିଟର ମହୁଲି ମଦ ଜବତ କରାଯିବା ସହ ସମସ୍ତ ୩ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଭ୍ରାମ୍ୟମାଣ ଅବକାରୀ ଦଳର ନୀରିକ୍ଷକ ଚନ୍ଦନ ମଣ୍ଡଳଙ୍କ ନେତୃତ୍ବରେ ସନ୍ଦିପ ସେଠୀ ଓ ଅନ୍ୟ କର୍ମଚାରୀ ମାନେ ଏହି ଚଢାଉରେ ସାମିଲ ଥିଲେ ।
Prev Post
Next Post