oom

ବୁବେଲରେ ଦୋଳ ମହୋତ୍ସବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗ୍ରାମରେ ୬୬ତମ ଦୋଳ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ରାଜକୀୟ ଅତିଥି ଭାବରେ ଯୋଗଦାନ କରି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଥିଲେ ଯେ କଂସ ମହାରାଜ ଆପଣଙ୍କ ରାଜ୍ୟରେ ଛାତ୍ର, ଯୁବକ, କୃଷକ, ଶ୍ରମିକ ସମସ୍ତେ ଅସୁରକ୍ଷିତ, ଆଞ୍ଚଳିକ ବୈଷମ୍ୟ ବଢି ବଢି ଚାଲିଛି । ଯଦି ଏହା ଆଗକୁ ଏପରି ଜାରି ରହେ ଆପଣଙ୍କର ରାଜ୍ୟ ଦୁଇଭାଗ ହେବା ପାଇଁ କେହି ଅଟକାଇ ପାରିବେ ନାହିଁ । ତେଣୁ ଆପଣ ଆପଣଙ୍କ ସରକାରକୁ କହି ତୁରନ୍ତ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସ୍ମାରକ ରଞ୍ଜନ ମିଶ୍ର, ଜିଲ୍ଲା କିଶାନ ସେଲ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଦଳିତ ନେତା ଓମ୍‌ ପ୍ରକାଶ କୁମ୍ଭାର, ଉମାକାନ୍ତ ସାହୁ, ମନମୋହନ ପଟେଲ ପ୍ରମୁଖ ରାଜକୀୟ ଅତିଥି ଭାବେ ଯୋଗଦାନ କରିଥିବା ବେେଳେ ସମାଜସେବୀ ବଂଶୀଧର ନାଏକ, ଶୋଭାବନ ନାଏକ ମଂଚ ପରିଚାଳନା କରିଥିଲେ । ଗାଁର ଗୌନ୍ତିଆ ଟିକେଶ୍ୱର ସାଏ, ପ୍ରହଲ୍ଲାଦ ଡାଙ୍ଗ, ମହାଦେବ ତୁମ୍‌ନିଆ, ନାରାୟଣ ନାଏକ, ତିର୍ଥ ନାଗ, ବଳଭଦ୍ର ବସ୍ତିଆ, ଗିରିଧାରୀ ମାଝିଙ୍କ ସହ ବୁବେଲ ଦୋଳଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ସମସ୍ତ ଗ୍ରାମବାସୀ ସାହାଯ୍ୟ କରିଥିଲେ । ପ୍ରତିଦିନ ସନ୍ଧ୍ୟାରେ କଂସ ମହାରାଜ ବୁବେଲ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଆନ୍ଧାରିବିଜେ କରି ସନ୍ଧ୍ୟାରେ ରଙ୍ଗମହଲରେ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମୀନାବଜାର ସହ ବିଭିନ୍ନ ଜିନିଷର ଉପଭୋଗ କରିବା ପାଇଁ ଆଖପାଖ ଅଂଚଳରୁ ହଜାର ହଜାର ଦର୍ଶକ ଭିଡ ଜମାଉଛନ୍ତି ।

jittmm
Leave A Reply

Your email address will not be published.