ଓମ୍‌ଫେଡ୍‌ ପକ୍ଷରୁ କୁତୁର୍ଲାରେ ମାଗଣା ଗୋସେବା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତରେ ଥିବା ଶିବଶଙ୍କର ଦୁଗ୍ଧ ସମବାୟ ସମିତି ଆନୁକୂଲ୍ୟରେ ଓମଫେଡ ସହାୟତାରେ ଶନିବାର ଏକ ମାଗଣା ଗୋଚିକିତ୍ସା ଶିବିର ସେବା ଅନୁଷ୍ଠିତ ହୋଇଯାଇଛି । କୁତୁର୍ଲା ଏମ୍‌ପିସିଏସ୍‌ର ସମ୍ପାଦକ ସଞ୍ଜୀବ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେଓଗାଁ ଏଭିଏସ୍‌ ଅବିନାଶ ପଟେଲ, ମୁଖ୍ୟବକ୍ତା ଭାବେ ଧୁବେଇ ଚରଣ ପୌଢ଼ ଓ ସମ୍ମାନିତ ଅତିଥି ଭାବେ କୁତୁର୍ଲା ଏଲ୍‌ଆଇ ନିଳେନ୍ଦ୍ର ବେହେରା, ଓମ୍‌ଫେଡ୍‌ର ଶୁଭମ ପ୍ରଧାନ, ସିକୁଆଁ ବାଏଫର ଗୋପାଳ ରଣା ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିବୃନ୍ଦ ଗୋ ଚିକିତ୍ସା ଉପରେ ଚାଷୀଙ୍କୁ ବୁଝାଇଥିଲେ । ଧରଣୀଧର ନାୟକ, ମନୋଜ ଚନ୍ଦନ, ଯୁଧିଷ୍ଠିର ଚନ୍ଦନ, ପ୍ରତାପ ବାଗ, କୃଷ୍ଣଚନ୍ଦ୍ର ସେଠ, କାର୍ତ୍ତିକ ବକୁଳ ଓ ରୁଧିର ଭୋଇ ପରିଚାଳନାରେ ସହଯୋଗ କରିଥିବା ବେଳେ ୫୧ଜଣ ଗୋଚାଷୀଙ୍କ ୧୪୬ଟି ଗାଈକୁ ଚିକିତ୍ସା କରାଯାଇଥିଲା । ଶେଷରେ ସମିତି ସଭାପତି ଡୋଳାମଣି ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!