jayashree

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ରବିବାର ଦିନ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଉଦ୍ୟମରେ ଏକ କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ମାତୃଛାୟାର ପ୍ରତିଷ୍ଠାତା ତଥା ସମାଜସେବୀ ଦେବଦତ୍ତ ତ୍ରିପାଠୀଙ୍କ ମାଁ ହରିମତୀ ତ୍ରିପାଠୀ ଫିତା କାଟି ଶୁଭାରମ୍ଭ କରି ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ନିଷ୍ଠାର ସଦସ୍ୟ ତଥା ପୁର୍ବତନ ସାଂସଦ ପ୍ରଭାସ ସିଂହ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଏଥିରେ ୧୬୯ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ୪୬ ଜଣଙ୍କର ମାଗଣା ଚକ୍ଷୁ ଅପରେସନ ପାଇଁ ପଣ୍ଡାପାଲି ଚିକିତ୍ସାଳୟକୁ ବସ ଯୋଗେ ପଠାଯାଇଅଛି । ‌ଦ୍ୱିତୀୟ ପର୍ୟ୍ୟାୟରେ ଆଉ ୬ ଜଣଙ୍କୁ ଅପରେସନ ପାଇଁ ପଠାଯିବ ।ନିଷ୍ଠା ପରିବାର ‌ଦ୍ୱାରା କିଛି ଗରିବ ରୋଗୀଙ୍କୁ ମାଗଣାରେ ଚଷମା ମଧ୍ୟ ପ୍ରଦାନ କରାଯାଇଥିଲା ।ଏହି ଶିବିରରେ ଡାକ୍ତର ୟସ ଅଗ୍ରୱାଲ, ଟେକେନିସିଆନ ସୁଜିତ ଥପା ଓ ତାଙ୍କ ଟିମ୍ ସହ ନିଷ୍ଠା ପରିବାରର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ନିଷ୍ଠା ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.