କଣ୍ଟାବାଞ୍ଜି, (କେପିଏନ୍ଏସ୍) : କଣ୍ଟାବାଞ୍ଜି କେ. ଭି ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ବଲାଙ୍ଗିର ଠାରେ ଏକ ଲେଖକ ଦେଖା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ନାତ୍ତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ. ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ କବି ଆନଂଦ ଚନ୍ଦ୍ର ସାହୁ, ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଓ ବ୍ୟଙ୍ଗ କବି ଅଚ୍ୟୁତ ପୁରୋହିତ, କବି ଅଶୋକ କୁମାର ସେଠୀ, ଡ. ସନ୍ତୋଷ କୁମାର ରଥ ଓ ଗୁରୁଶ୍ରୀ ଘସିରାମ ମିଶ୍ର ପ୍ରମୁଖଙ୍କୁ ସାକ୍ଷାତ କରି ତାଙ୍କ ସହ କଥାବାତ୍ର୍ତ୍ତା କରି ତାଙ୍କ ଜୀବନ ଓ ସୃଜନ ବିଷୟରେ ଦୀର୍ଘ ସମୟ ଧରି ପ୍ରଶ୍ନ ସବୁ ପଚାରି ଥିଲେ । ଛାତ୍ରଛାତ୍ରୀମାନେ ଏ ଅବସରରେ ଲେଖକମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ତାଙ୍କଠାରୁ ଆଶିର୍ବାଦ ପ୍ରାପ୍ତ ହୋଇଥିଲେ । ଛାତ୍ରୀ ଶ୍ରୀୟଙ୍କା ପଟେଲ, ଆନନ୍ଦିନୀ ମାଝୀ, ରୀନା ପଟେଲ, ଟ୍ଵିଙ୍କଲ ସାହୁ, ପ୍ରଶାନ୍ତ ନାୟକ, କ୍ଷୀରୋଜ ମହାନନ୍ଦ, ସ୍ୱୀକୃତି ମହାକୁର ପ୍ରମୁଖ ଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କଣ୍ଟାବାଞ୍ଜି ମହାବିଦ୍ୟାଳୟର ଏହି ଲେଖକ ଦେଖା କାର୍ଯ୍ୟକ୍ରମକୁ ସର୍ବତ୍ର ପ୍ରଶଂସା କରାଯାଉଛି । ଛାତ୍ରଛାତ୍ରୀଙ୍କୁ ସୃଜନ ମନସ୍କ କରିବା ଓ ତାଙ୍କ ମଧ୍ୟରେ ସୃଜନୀ ଶକ୍ତିର ବିକାଶ କରିବା ସହ ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖିବା ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ମତ ଦେଇଥିଲେ ଡ. ସଞ୍ଜୟ କୁମାର ମିଶ୍ର ।
Prev Post