କ୍ରାଏ କଲିକତା ସହଯୋଗ କ୍ରମେ ପଲସଦା ଓ କେରମେଲାବାହାଲ ଗ୍ରାମ ପଂଚାୟତର ଗ୍ରାମର କିଶୋରୀଙ୍କୁ ନେଇ କିଶୋରୀ ସମ୍ବେଳନ – ୨୦୨୫

ବରଗଡ, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ କେରମେଲାବାହାଲ ଗ୍ରାମ ପଂଚାୟତର ଭଗତପୁରଠାରେ କ୍ରାଏ କଲିକତା ସହଯୋଗ କ୍ରମେ ପଲସଦା ଓ କେରମେଲାବାହାଲ ଗ୍ରାମ ପଂଚାୟତର ଗ୍ରାମର କିଶୋରୀଙ୍କୁ ନେଇ କିଶୋରୀ ସମ୍ବେଳନ – ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିଥିଭାବେ ପାଇକମାଳ ବ୍ଲକ ସିଡିପିଓ ଶ୍ରୀ ମତୀ ବାସନ୍ତୀ ପୂର୍ଥୀ, ସୁପରଭାଇଜର ଶ୍ରୀମତୀ ସୂର୍ଯ୍ୟକାନ୍ତି ହୋତା, ରାଖୀ ମେହେର ଏବଂ ପ୍ରୋଗ୍ରାମ ଅଫିସର ଶ୍ରୀ ହୀରାଲାଲ ମିଶ୍ର ମଂଚାସୀନ ଥିଲେ । ପ୍ରାରମ୍ଭରୁ ଅତିଥିମାନେ ସାମୁହିକ ସ୍ତରରେ ଦୀପ ପ୍ରଜ୍ୱଳନ କରିବା ସହ କିଶୋରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅତିଥିମାନେ କିଶୋରୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ବାଲ୍ୟବିବାହ, ରକ୍ତ ହୀନତା ବିଭିନ୍ନ ସମସ୍ୟା ଉପରେ କଣ କଣ ବ୍ୟବସ୍ତା ସରକାର କରିଛନ୍ତି ତାର ଉପରେ ମତବ୍ୟକ୍ତ କରିଥିଲେ । ପରେ କିଶୋରୀଙ୍କ ମଧ୍ୟ୍ୟରେ ବିଭିନ୍ନ ସଂସୃତିକ କାର୍ଯ୍ୟକ୍ରମ ଯଥା, ଗୀତ, ନାଚ, ଅଭିନୟ, ପରିବେଷଣ କରିଥିଲେ । କ୍ରାଏ ତରଫରୁ ରଞ୍ଜନ ପାଣ୍ଡେ, ପ୍ରଶାନ୍ତ କୁଅଁର, ପିଣ୍ଟୁ ପଧାନ, ଲିଳିମା ପଧାନ, ରଶ୍ମିତା ବାରିକ, ପ୍ରଶାନ୍ତ ଥପା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ପ୍ରହଲ୍ଲାଦ ପଧାନ, ଦେବଦତ୍ତ ଦଣ୍ଡସେନା ଉପସ୍ଥିତ ଥିଲେ ।

Leave A Reply

Your email address will not be published.