କୁତୁର୍ଲା ପେକ୍ସରେ ଧାନ କିଣାରେ ଅନିୟମିତତା ଅଭିଯୋଗ : ଚାଷୀର ଧାନ ପେକ୍ସରେ ଓ ବେପାରୀର ଧାନ ମିଲ୍‌ରେ ବୋଲି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ତଦନ୍ତ ଦାବୀ କଲେ ଭାରତୀୟ କିଷାନ ସଂଘ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପେକ୍ଟରେ ଧାନ କିଣାରେ ଅନିୟମିତତା ଦେଖାଦେଇଛି । ଚାଷୀର ଧାନ ପେକ୍ସରେ ଓଜନ ଓ ମାନ ନିର୍ଣୟ ହେବା ପରେ ମିଲ୍‌କୁ ଯିବା ନିୟମ ରହିଥିଲେ ସୁଦ୍ଧା ଏଠାରେ ଉଲ୍ଲଘନ କରାଯାଉଛି । ପେକ୍ସର ଧାନ ଓଜନ ନକରି ସିଧା ମିଲ୍‌କୁ ଯାଉଥିବା ଭାରତୀୟ କିଷାନ ସଂଘ ଅଭିଯୋଗ କରିଛି । ଏ ନେଇ ସଂଘ ଶନିବାର ସଂଧ୍ୟାରେ ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟରେ ଲିଖିତ ଅଭିଯୋଗ କରିଛି । ଅଭିଯୋଗ ଅନୁସାରେ, ଧାନ ବିକ୍ରିକୁ ନେଇ ଚଳିତ ମାସ ୪ ତାରିଖରେ ପେକ୍ସରେ ଏକ ବୈଠକ ହୋଇଥିଲା । ବୈଠକରେ ସିଏସ୍‌ଓ, ତହସିଲଦାର, ବିଡିଓ ଓ ଯୋଗାଣ ନିରୀକ୍ଷକଙ୍କ ସହ ଚାଷୀମାନେ ଉପସ୍ଥିତ ଥିଲେ। ଚାଷୀଙ୍କ ଧାନ ପେକ୍ଟକୁ ଆସିବା ପରେ ଓଜନ ହେବା ପରେ ମିଲଗୁଡ଼ିକୁ ଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ହେଲେ କିଛି ଅସାଧୁ ବ୍ୟକ୍ତି ମେଳି ହୋଇ ପେସକୁ ଧାନ ଆଣିବା ପରିବର୍ତ୍ତେ ସିଧାସଳଖ ମିଲକୁ ନେଉଛନ୍ତି । ଏ ବିଷୟରେ ସିଏସଏସଓ ଓ ଦେଓଗାଁ ତହସିଲଦାରଙ୍କୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ । ଜିଲ୍ଲାପାଳ ହସ୍ତକ୍ଷେପ କରି ତୁରନ୍ତ ଏଭଳି କାରବାରକୁ ବନ୍ଦ କରିବାକୁ ସଂଘ ଦାବୀ କରିଛି ।

Leave A Reply

Your email address will not be published.