ସାମ୍ଭାବ୍ୟ ବାତ୍ୟା ନେଇ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କ ଖାଦ୍ୟ ଯୋଗାଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନାର ଭୟଙ୍କର ରୂପ ସାଙ୍ଗକୁ ସାମ୍ଭାବ୍ୟ ବାତ୍ୟା ୟାସକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଲକରେ ବାତ୍ୟାକୁ ମୁକାବିଲା କିପରି କରାଯିବ ସବୁ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତିତରେ ଏକ ପ୍ରସ୍ତୁତୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ରାଜସ୍ୱ ନିରୀକ୍ଷକ ସର୍କଲରେ ପଲିଥିନି ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ ତହସିଲଦାର ମହେନ୍ଦ୍ର ବଢେଇ ନିଦ୍ଦେର୍ଶ ଦେଇଛନ୍ତି । ସେହିପରି ସିଡିପିଓ ଡେଲାଙ୍ଗ ହାରାମଣୀ ନାୟକ ଡେଲାଙ୍ଗ ବ୍ଲକ ଅଧିନରେ ଥିବା ୧୭୯ଟି ଅଙ୍ଗନୱାଡି କେନ୍ଦ୍ରକୁ ଶିଶୁ ମାନଙ୍କ ଖାଦ୍ୟ ଛତୁଆ ପ୍ୟାକେଟ ମହଜୁଦ ରଖିବା ପାଇଁ ନିଦ୍ଦେର୍ଶ ଦେଇଥିବା ଜଣାପଡିଛି । ଆଜି ମିଶନ ଶକ୍ତି ମହିଳା ମହାସଂଘ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ରକୁ ଛତୁଆ ଯୋଗାଣ କରାଯାଇଥିବା ଦେଖିବାକୁ ମିଳିଛି । ଡେଲାଙ୍ଗ ବ୍ଲକ ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ କୁହନ୍ତି ସାମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ୨୫ ତାରିଖ ଭିତରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ପ୍ୟାକେଟ୍‌ ମହଜୁଦ ରଖିବା ପାଇଁ ସୁବ୍ୟବସ୍ଥା କରିଛନ୍ତି ।

Leave A Reply

Your email address will not be published.