csstore

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କେଶରୀୟା ହିନ୍ଦୁ ବାହିନୀ ତରଫରୁ ବ୍ଲକ ସଭାପତି ବୀରେନ୍ଦ୍ର ବାରିକଙ୍କ ନେତୃତ୍ୱରେ ଲୋଇସିଂହା ବ୍ଲକ ରୁଗୁଡ଼ିଖାଲ ମାନସବିହାର ଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ଅଧକ୍ଷ ସନ୍ତୋଷ କୁମାର ଭୋଳ, ବଲାଙ୍ଗିର ଜିଲ୍ଲାରୁ ନୂତନ ଭାବେ ରାଜ୍ୟ ପଦବୀ ପାଇଥିବା ପ୍ରଦେଶ କୋଷାଧକ୍ଷ ସୁଶୀଲ ସାହୁ, ବଲାଙ୍ଗିର ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ବରିଷ୍ଠ ଉପାଧ୍ୟକ୍ଷ ସଙ୍କର୍ଶଣ ଆଚାର୍ଯ୍ୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ନାଥ ପଣ୍ଡା ଆଦିଙ୍କୁ ସ୍ୱାଗତ କରିବା ସହ ବଲାଙ୍ଗିର ରୁଗୁଡ଼ିଖାଳ ମାନସ ବିହାରର ରାମ ମନ୍ଦିର ଠାରୁ ଲୋଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ପାଛୋଟି ନେଇଥିଲେ । ଲଷ୍ମୀକାନ୍ତ ମହାରାଜ ଏବଂ ମାନସ ବିହାର ରାମ ମନ୍ଦିର କମିଟିର ଉପସ୍ଥିତିରେ ହିନ୍ଦୁ ଜାଗ୍ରତ ମହାସଭା ସହ ଗୋ ସୁରକ୍ଷା ମହାସଭା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭାରେ ଲୋଇସିଂହା ଉପସଭାପତି ନେପାଳ ସା, ଲୋଇସିଂହା ବ୍ଲକ ଯୁବ ସଭାପତି ସୁମନ୍ତ ବିଶ୍ଵାଳ, ଆଗଲପୁର ସଭାପତି ଦୀନବନ୍ଧୁ ବିଶ୍ଵାଳ ଆଦି ଉପସ୍ଥିତ ରହି ଏହି ମହାସଭାକୁ ସଫଳ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.