ସ୍ୱାମୀ ବିବେକାନନ୍ଦ ନିର୍ତ୍ତାର ଓ ମାହେଶ୍ଵରୀ ଅନୁଷ୍ଠାନର ମିଳିତ ପ୍ରୟାସରେ ଅଭିନବ ଟ୍ରେନିଂ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ୱାମୀ ବିବେକାନନ୍ଦ ନିର୍ତ୍ତାର ଓ ମାହେଶ୍ଵରୀ ଅନୁଷ୍ଠାନର ମିଳିତ ପ୍ରୟାସରେ ସ୍ବେଛାସେବୀ ମାନଙ୍କୁ ନିର୍ତ୍ତାରରେ ମିଳୁଥିବା ସୁବିଧା ସୁଯୋଗ ଓ ତାହା କିପରି ଲୋକାଭିମୁଖୀ ହେବ ଓ ସାଧାରଣ ଲୋକ କିପରି ସବୁ ପ୍ରକାର ସୁବିଧା ପାଇବେ ତଥା ସେମାନଙ୍କୁ ସେଥିପାଇଁ କଣ ସବୁ ଆବଶ୍ୟକୀୟ ନଥିପତ୍ର ଆବଶ୍ୟକ, ତାହା ଉପରେ ସ୍ବେଚ୍ଛାସେବୀ ମାନଙ୍କୁ ସବିଶେଷ ତଥ୍ୟ ସହ ଟ୍ରେନିଂ ପ୍ରଦାନ କରାଯାଇଥିଲା। ଏହି କାର୍ୟ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମାଜରେ ରହୁଥିବା କୋୖଣସି ଅସହାୟ ଦିବ୍ୟାଙ୍ଗ ବ୍ୟକ୍ତି ଯେପରି ବିନା ଚିକିତ୍ସା ରହି ନଯାଉ । ଏହି ସଭାରେ ନିର୍ତ୍ତାରର ଭାରପ୍ରାପ୍ତ ଅଧିକାରୀ ଡ଼ ସୁରେନ୍ଦ୍ର ଭୋଇ, ଡ଼ ରଞ୍ଜିତା ପଣ୍ଡା, ଡ଼ ସୁରଜ ବଢ଼େନା, କେଶବ ଚନ୍ଦ୍ର ମହାନ୍ତି ଓ ମାହେଶ୍ଵରୀ ତରଫରୁ ଉପଦେଷ୍ଟା ବ୍ୟାସଦେବ ନନ୍ଦ, ଦିନେଶ ଶର୍ମା, ଡ଼ ଲଳିତ ସାହୁ ଓ ମାହେଶ୍ଵରୀର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ମଞ୍ଚସୀନ ଥିଲେ । ସଭା ଶେଷରେ ଏକ ପଶ୍ନୋତ୍ତର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମାହେଶ୍ଵରୀ ମହିଳା ଶାଖାର ସ୍ବେଚ୍ଛାସେବୀ, କୁଡ଼ାସିଂହା ମହେଶ୍ୱରୀର ସ୍ବେଚ୍ଛାସେବୀ, ଅଗଲପୁରର ସ୍ବେଛାସେବୀ ଓ ଲୋଇସିଂହାର ସ୍ବେଛାସେବୀ ମାନେ ଭାଗ ନେଇଥିଲେ । ମାହେଶ୍ଵରୀର ଉପଦେଷ୍ଟା ଶ୍ରୀ ନନ୍ଦ ଏପରି ଏକ ଅଭିନବ ଟ୍ରେନିଂ କାର୍ୟ୍ୟକ୍ରମ ଆୟୋଜନ କରିଥିବାରୁ ନିର୍ତ୍ତାର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଯେମିତି କେହି ଦିବ୍ୟାଙ୍ଗ ବ୍ୟକ୍ତି ପଛରେ ରହି ନଯିବେ, ସେଥିପ୍ରତି ଦୃ‌ଷ୍ଟି ଦେବାକୁ ସ୍ବେଚ୍ଛାସେବୀ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.