oom

ଟେମରୀ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର କର୍ମକର୍ତ୍ତା ଚୟନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଟେମରୀ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେ ଗଣ୍ତା ସମାଜ କର୍ମକର୍ତ୍ତାଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜ ସଂପାଦକ ଦେବାର ଛତର ତତ୍ତ୍ବାବଧାନରେ ଟେମରୀ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ସର୍ବସମ୍ମତ କ୍ରମେ ସଭାପତି ବିଜୟ ବାଗ, ଉପସଭାପତି ଅକ୍ଷୟ ସୁନା, ସଂପାଦକ ଭଗବାନ ମହାନନ୍ଦ, କୋଷାଧ୍ୟକ୍ଷ ଗଜିନ୍ଦ୍ର ସୁନା, ସହ ସମ୍ପାଦକ ଜୟସିଂ କୁମ୍ଭାର, ଉପଦେଷ୍ଠା ଲୁଲୁ ବାଗ, ନିରାକାର ସାହୁ, ସାରଥି ରତ୍ନାକର ହରପାଲ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଏହି ଅବସରରେ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର ବରିଷ୍ଠ ବ୍ୟକ୍ତି କ୍ଷେତ୍ରୀ ଲୁହାର, ମଣି ମହାନନ୍ଦ, ମନୋରଞ୍ଜନ ସୁନା, ଯୁଧିଷ୍ଠିର ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାମେଶ୍ଵର ହରିପାଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.